ମାତୃଭାଷା ଦିବସ ପାଳିତ

ବାରିକପୁର, (ଓ୍ବାଇଏନ୍ଏସ୍):ଭଣ୍ଡାରିପୋଖରୀ ବ୍ଲକ ବଳଦେବଜୀଉ ଉଚ୍ଚ ବିଦ୍ୟାଳୟ ଠାରେ ଆନ୍ତର୍ଜାତିକ ମାତୃଭାଷା ଦିବସ ପାଳିତ ହୋଇଯାଇଛି । ପ୍ରଧାନଶିକ୍ଷକ ରବିନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁୁଷ୍ଠିତ ଉତ୍ସବରେ ଏବିଓ ପୁରୁଷୋତ୍ତମ ଧଳ, ସ୍ତମ୍ବକାର କାର୍ତ୍ତିକ ଚନ୍ଦ୍ର ସ୍ୱାଇଁ, ସୁଧାକର ଦାସ, ଭାଗବତ ରାଉତ ପ୍ରମୁଖ ଅତିଥି ଭାବେ ଯୋଗଦେଇ ମାତୃଭାଷା ଏକ ଜାତିର ପରିଚୟ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହିତ ପ୍ରତ୍ୟକ କ୍ଷେତ୍ରରେ ମାତୃଭାଷାର ପ୍ରୟୋଗ ବାଧ୍ୟତାମୂଳକ ହେବା ଉଚିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିବାବେଳେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ । ଶିକ୍ଷକ ଗୌରୀଶଙ୍କର ମିଶ୍ର ଅତିଥିପରିଚୟ ଓ ଦାମୋଦର ଶତପଥି ଧନ୍ୟବାଦ ଦେଇଥିଲେ । କାର୍ଯ୍ୟକ୍ରମକୁ ସୁଧାକର ଦାସ, ଇନ୍ଦ୍ରଜିତ ମଲ୍ଲିକ, ମୋନାଲିସା କର, ଅମୂଲ୍ୟ କୁମାର ମଲ୍ଲିକ, ଶୁଭେନ୍ଦୁ କୁମାର ମଲ୍ଲିକ, କେଦାର ମଲ୍ଲିକ ପ୍ରମୁଖ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ