ଔଷଧ ପ୍ରତିଷ୍ଠାନ ଉଦଘାଟିତ

ହାଟଡ଼ିହି, (ବିକାଶ ବିଶ୍ୱାଳ ) : ତହସିଲ ଛକ ନିକଟରେ ନୁତନକରି ଗଣପତି ଔଷଧ ଦୋକାନ ଉଦଘାଟିତ ହୋଇଯାଇଛି । ନିତ୍ୟାନନ୍ଦ ପହିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପ୍ରଭାତ ନାୟକ, ସମ୍ମାନୀତ ଅତିଥି ଭାବେ ପୁର୍ବତନ ବିଧାୟକ ମାୟାଧର ଜେନା, ହାଟଡିହି ସରପଞ୍ଚ ଅନୁସୁୟା ସେଠୀ, କାମପାଳ ନାୟକ, କଳ୍ପତରୁ ସେଠୀ ପ୍ରମୁଖ ଯୋଗଦେଇ ଫିତାକାଟି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଏହି ଉତ୍ସବରେ ପୁର୍ବତନ ସରପଞ୍ଚ ନୃସିହଂ ଚରଣ ସେଠୀ, ଜଗନ୍ନାଥ ନାୟକ, ଅମରେଶ ଜେନାଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏହି ପ୍ରତିଷ୍ଠାନରୁ ରୋଗୀମାନେ କିପରି ସୁଲଭ ମୁଲ୍ୟରେ ସମସ୍ତ ପ୍ରକାର ଔଷଧ ପାଇପାରିବେ ସେନେଇ ଗୁରୁତ୍ୱ ଦେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ