ସମୟ ନଷ୍ଟ କରିବାକୁ ପସନ୍ଦ କରନ୍ତିନି ସୋନମ

ବଲିଉଡ୍ ନାୟିକା ସୋନମ କପୁର ବେଶ୍ କିଛି ଦିନ ହେବ ବଡ ପରଦାରେ ଦେଖାଯାଇ ନାହାଁନ୍ତି । ହେଲେ ନିକଟରେ ସେ ଏକ ସାକ୍ଷାତକାର ମାଧ୍ୟମରେ ତାଙ୍କ ଅପକମିଙ୍ଗ ଫିଲ୍ମ ଓ ପର୍ସନାଲ ଲାଇଫକୁ ନେଇ ମନଖାଲି କଥା ହୋଇଛନ୍ତି । ସୋନମଙ୍କ ମତରେ ସେ ନିଜ କାମ ଓ ତାଙ୍କ ସ୍ୱାମୀଙ୍କ କାମ ପାଇଁ ୩ଟି ସହରରେ ରହୁଛନ୍ତି । ତେଣୁ ଏହାକୁ ନେଇ ସେ ଟାଇମ୍ ମ୍ୟାନେଜମେଣ୍ଟ କରିଥାଆନ୍ତି ଆଉ ସମୟକୁ ସେ କେବେବି ନଷ୍ଟ ହେବାକୁ ଦିଅନ୍ତି ନାହିଁ । ଅବଶ୍ୟ ଏସବୁ କଥା ସେ ତାଙ୍କ ସ୍ୱାମୀଙ୍କଠାରୁ ଶିଖିଛନ୍ତି ବୋଲି କୁହନ୍ତି । ନିକଟରେ ସେ ଛୁଟି କାଟିବାକୁ ବିଦେଶ ଯାଇଥିବା ବେଳେ ତାଙ୍କ ଫୋନ୍ କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ । କାରଣ ସେ ବର୍ତ୍ତମାନରେ ବଞ୍ଚିବାକୁ ଓ ସବୁ ମୁହୂର୍ତ୍ତକୁ ଏନଜୟ କରିବାକୁ ପସନ୍ଦ କରନ୍ତି । ୱେବ ସିରିଜ୍ କାମ କରିବାକୁ ନେଇ ତାଙ୍କୁ ଯେଉଁ ପ୍ରଶ୍ନ କରାଯାଇଥିଲା ତା’ର ଉତ୍ତରରେ ସେ କହିଥିଲେ ଭଲ କାହାଣୀ ମିଳିଲେ ସେ ୱେବ ସିରିଜରେ କାମ କରିବାରେ କୌଣସି ଅସୁବିଧା ନାହିଁ । ଆଉ ସୁବିଧା ମିଳିଲେ ସେ ଅର୍ଜୁନ କପୁର ଓ ଜାହ୍ନବୀ କପୁରଙ୍କ ସହ କାମ କରିବାରେ ଆନନ୍ଦ ଅନୁଭବ କରିବେ ବାଲି କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ