ଆଦର୍ଶ ଶିକ୍ଷକ ଦରଦୀବନ୍ଧୁ ପୂର୍ବତନ ବିଧାୟକ ଇନ୍ଦ୍ରମଣୀ ରାଉତଙ୍କୁ ଭାବବିହ୍ୱଳ ଶ୍ରଦ୍ଧାଞ୍ଜଳି

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ) : ଆଦର୍ଶ ଶିକ୍ଷକ ସମସ୍ତଙ୍କୁ ଭଲପାଉଥିବା ମଣିଷ, ଦରଦୀବନ୍ଧୁ ତଥା କେନ୍ଦ୍ରାପଡାର ପୂର୍ବତନ ବିଧାୟକ ଇନ୍ଦ୍ରମଣୀ ରାଉତଙ୍କ ୧୫ତମ ଶ୍ରାଦ୍ଧବାର୍ଷିକୀ ଅବସରରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ଆନୁକୁଲ୍ୟରେ ଏକ ଶ୍ରଦ୍ଧାଞ୍ଜଳି ସଭା ସ୍ଥାନୀୟ ଟାଉନହଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ତଥା ସମାଜସେବୀ ପ୍ରଦୀପ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ପ୍ରାବନ୍ଧିକ ଡଃ. ସର୍ବେଶ୍ୱର ସେଣ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେଉରା, ଡାକ୍ତର ଅଲେଖ ଚନ୍ଦ୍ର ଦାସ, ଅଧ୍ୟାପକ ଅଜୟ କୁମାର ରାଉତ ଓ କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ ନିର୍ବାହୀ ଅଧିକାରୀ ସୁଶିଲ କୁମାର ସାମଲ ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ୱର୍ଗତ ରାଉତଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସ୍ୱର୍ଗତ ରାଉତ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରରେ ଜନ୍ମନେଇ କେନ୍ଦ୍ରାପଡାର ମାଟିପାଣିରେ ବଢି ପ୍ରଥମେ ଶିକ୍ଷକତା ଜୀବନ ଆରମ୍ଭ କରିଥିଲେ । ପରବର୍ତ୍ତୀ ସମୟରେ କେନ୍ଦ୍ରାପଡାର ନଗରପାଳ ଓ କେନ୍ଦ୍ରାପଡାର ବିଧାୟକ ଭାବେ ନିର୍ବାଚିତ ହୋଇ ଗରୀବ ଜନତାଙ୍କ ସେବା କରିଥିଲେ । ଅତି ସାଧାରଣ ଜୀବନ ବିତାଉଥିବା ସ୍ୱର୍ଗତ ରାଉତ ପ୍ରକୃତରେ ଜଣେ ମଣିଷ ପରି ମଣିଷ ଟିଏ ଥିଲେ । କେନ୍ଦ୍ରାପଡାର ସର୍ବାଙ୍ଗିନ ଉନ୍ନତି ପାଇଁ ସେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ସେ ସାଧାରଣ ଲୋକଙ୍କର ନେତା ଥିଲେ ଓ ନେତାଙ୍କ ମଧ୍ୟରେ ଥିଲେ ସାଧାରଣ । ଜଣେ ନିର୍ଭିକ, ନିଷ୍କପଟ ରାଜନେତା ଥିଲେ ସେ । ତାଙ୍କରି ଆଦର୍ଶରେ ଅନୁପ୍ରାଣିତ ହେବାକୁ ଯୁବପିଢୀଙ୍କୁ ଆହ୍ୱାନ ଦେଇ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ଅତିଥିମାନେ । ସଂସଦର ସଭାପତି ଉପସ୍ଥିତ ସମସ୍ତ ଯୁବପିଢୀଙ୍କୁ ତାଙ୍କ ଦ୍ୱାରା ଗଢିଉଠିଥିବା ଅନୁଷ୍ଠାନ ଗୁଡିକର ଦାୟୀତ୍ୱ ଉତ୍ସର୍ଗିକୃତ ଭାବେ ନେବାକୁ ଆହ୍ୱାନ ଦେଇଥିଲେ । ସ୍ୱର୍ଗତ ରାଉତ ଜଣେ ବ୍ୟକ୍ତି ନୁହେଁ ସେ ଥିଲେ ଏକ ଅନୁଷ୍ଠାନ ବୋଲି ଶ୍ରୀ ମହାନ୍ତି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଶଲ୍ୟ ବିଭାଗର ଡାକ୍ତର ବୀରେନ୍ଦ୍ର କୁମାର ଦାସ, ସାମ୍ବାଦିକ ସୋମନାଥ ସାହୁ, ସଙ୍ଗିତଜ୍ଞ ସତ୍ୟପ୍ରିୟ ଦାସ, ରମାକାନ୍ତ ଦାସ ପ୍ରମୁଖଙ୍କୁ ଇନ୍ଦ୍ରମଣୀ ରାଉତ ସ୍ମୃତି ସମ୍ମାନ ଓ ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ଦାସ,ଜିଲ୍ଲା ଓକିଲ ସଙ୍ଘର ସଭାପତି ସରୋଜରାଜ ସିଂ, ବରିଷ୍ଠ ଆଇନଜୀବି ଉମେଶ ଚନ୍ଦ୍ର ସିଂହ, ଅବିନାଶ ପଣ୍ଡା, କବୟତ୍ରୀ ଅବନ୍ତୀ ବେହେରା ମୁକ୍ତାର ଖାଁ, ରଣଧୀର ଜେନା, ଚିତ୍ତରଞ୍ଜନ ଦାସ, ଧରଣୀଧର ସୁଆର, ମହମ୍ମଦ ଆକବର ଅଲ୍ଲୀ, ଶରତ କୁମାର ବେହୁରା, ମହେନ୍ଦ୍ର ପରିଡା, ରମଣୀରଞ୍ଜନ ରାଉତରାୟ, କମଳାକାନ୍ତ ବେହେରା, ଗୋପାଳ ଚନ୍ଦ୍ର ମାହାଲିକ, ପରେଶ ଦାସ, ଆଶୁତୋଷ ମହାନ୍ତି, ପ୍ରଫୁଲ୍ଲ କୁମାର ସାହୁ, ପ୍ରଫୁଲ୍ଲ କୁମାର ମହାନ୍ତି, ଅଜୟ ସାମଲ, ଅକ୍ଷୟ କୁମାର ମହାନ୍ତି, ସେକ ସମସେର, ମହମ୍ମଦ ଇଲିଆସ, ଅମରବର ବିଶ୍ୱାଳ, ସନ୍ତୋଷ କର, ନାରାୟଣ ସାହୁ , ଧୁଳମଣୀ ମହାରଣା ପ୍ରମୁଖ ଯୋଗଦେଇ ସ୍ୱର୍ଗତ ରାଉତଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପ୍ରାରମ୍ଭରେ ସତ୍ୟପ୍ରିୟ ଦାସ ସ୍ୱର୍ଗତ ରାଉତଙ୍କ ଜୀବନୀ ଉପରେ ଏକ ସଂଗୀତ ଗାନ କରିଥିବା ବେଳେ ଅଶୋକ କୁମାର ସାହୁ ଏକ କବିତା ପାଠ କରିଥିଲେ ଓ ଗୋଲଖ ଚନ୍ଦ୍ର ସେଠୀ ଗାନ୍ଧୀ ଭଜନ ଗାନ କରିଥିଲେ । ଏହି ଅବସରରେ ଜଣେ ଛାତ୍ରୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ସୁଶ୍ରୀ ଦିବ୍ୟଦର୍ଶିନୀ ମହାନ୍ତି, ସୁଶ୍ରୀ ଅଳକା ନାୟକ, ଯଶ୍ମିନ ପରୱିନ, ପ୍ରମୋଦ ମହାପାତ୍ର, ବଳରାମ ଦାସ ପ୍ରମୁଖ ମଂଚ ପରିଚାଳନାରେ ସହଯୋଗ କରିଥିଲେ । ସଂଯୋଜକ ଗୋଲଖ ଚନ୍ଦ୍ର ପଢିଆରୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଗୋପାଳକୃଷ୍ଣ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ