ସର୍ଟସର୍କିଟ ରୁ ଜଳିଗଲା ଦୋକାନ
ସାନଖେମୁଣ୍ଡି , (ପଦ୍ମଲୋଚନ ପାଣିଗ୍ରାହୀ ) : ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଚୁଡ଼ଙ୍ଗପୂର ପଞ୍ଚାୟତ ରତ୍ନମାଳାପୂର ଗ୍ରାମର ରାତ୍ର ଶଙ୍କର ମହାପାତ୍ର ଙ୍କ ପାନ ଦୋକାନ ଅଗ୍ନି କାଣ୍ଡରେ ଭସ୍ମୀଭୂତ ହୋଇଯାଇଛି l ସୂଚନା ଯୋଗ୍ୟ ଯେ ଶଙ୍କର ଶନିବାର ରାତ୍ର ଦୋକାନ ବନ୍ଦ କରି ଘରକୁ ଯାଇଥିଲେ ଘରେ ଥିବା ବେଳେ ଦୋକାନରୁ ହଟାତ୍ ନିଆ ଲଗିଆଯାଇଥିଲା l ଏହି ଅଗ୍ନିକାଣ୍ଡରେ ଦୋକାନର ସମସ୍ତ ପ୍ରକାର ସାମଗ୍ରୀ ସହ ଫ୍ରିଜ୍, ଫେନ, ଟଙ୍କା ପଇସା ଓ ଦରକାରୀ କାଗପତ୍ର ଇତ୍ୟାଦି ପୋଡି ସମ୍ପୂର୍ଣ ନଷ୍ଟ ହୋଇଯାଇଛି l ଖବର ପାଇ ଦିଗପହଣ୍ଡି ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆ କୁ ଆୟତ୍ତ କରିଥିଲେ l ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି l ତେବେ ଶଙ୍କର ମହାପାତ୍ର ଗ୍ରାମର ଜଣେ ଗରିବ ବ୍ୟକ୍ତି ହୋଇଥିବାରୁ ସରକାରୀ ସହାୟତା ଯୋଗାଇ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି l