ଗ୍ୟାସ ସିଲିଣ୍ଡର ଫାଟି ଯୁବକ ଗୁରୁତ୍ତର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଗ୍ୟାସ ସିଲିଣ୍ଡର ଫାଟି ଜନୈକ ଯୁବକଙ୍କ ଅବସ୍ଥା ଗୁରୁତ୍ତର ହୋଇଥିବା ଜଣାପଡିଛି । କେନ୍ଦ୍ରାପଡା ସଦରଥାନା ଅନ୍ତର୍ଗତ କପାଳେଶ୍ୱର ଗ୍ରାମର ସାବିର ମହମ୍ମଦଙ୍କ ଘରେ ରୋଷେଇ ହେଉଥିବା ସମୟରେ ଗ୍ୟାସ ସିଲିଣ୍ଡରଟି ହଠାତ ବିଷ୍ପୋରଣ ହୋଇ ଫାଟିବାରୁ ସେଥିରେ ସାବିର ଗୁରୁତର ହୋଇଥିବା ଜଣାପଡିଛି । ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଥିଲା । ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ