ନୂଆଗଡ ବ୍ଲକ ଯନ୍ତ୍ରୀଙ୍କୁ ତାଲା ପକାଇଲେ ଠିକାଦାର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ନୂଆଗଡ ବ୍ଲକ ବଡପଦା ପଞ୍ଚାୟତ ଦାୟିତ୍ୱରେ ଥିବା କନିଷ୍ଠଯନ୍ତ୍ରୀ ବି.ଜେ.ଆର. ସୁବୁଦ୍ଧିଙ୍କୁ ତାଲାପକାଇ ପ୍ରତିବାଦ କରିଛନ୍ତି ଠିକାଦାର ଓ ଶ୍ରମିକ । ବର୍ଷ ବର୍ଷ ଧରି ବିଭିନ୍ନ ଉନ୍ନୟନ କାମର ବିଲ୍ ମିଳୁ ନଥିବାରୁ ଏପରି କରାଯାଇଥିବାର ଜଣାପଡିଛି । ବଡପଦା ଅଞ୍ଚଳରେ କମ୍ୟୁନିଟି ସେଣ୍ଟର, ଅଙ୍ଗନୱାଡି କେନଦ୍ର, ମନରେଗା ଯୋଜନାରେ ହୋଇଥିବା ଉନ୍ନୟନ କାର୍ଯ୍ୟଗୁଡିକର ବିଲ୍ ହେଉ ନ ଥିବା ଅଭିଯୋଗ କରିଥିଲେ ଠିକାଦାର ଓ ଶ୍ରମିକ । ଏନେଇ ସେମାନେ ବାରମ୍ବାର କହିଲେ ମଧ୍ୟ କୌଣସି ସୁଫଳ ମିଳୁନଥିଲା । ତେଣୁ ପଞ୍ଚାୟତ କାର୍ଯ୍ୟାଳୟରେ ଯନ୍ତ୍ରୀ ଶ୍ରୀ ସୁବୁଦ୍ଧି ଅଟକ ରଖି ତାଲା ପକାଇ ପ୍ରତିବାଦ କରିଥିଲେ । ଏହାପରେ ସ୍ଥାନୀୟ ଲୋକେ ବିଡିଓଙ୍କୁ ଅବଗତ କରିଥିଲେ ମଧ୍ୟ ସେ ଘଟଣାସ୍ଥଳରେ ପହଞ୍ôଚ ନଥିଲେ । ଅତିରିକ୍ତ ଯନ୍ତ୍ରୀ ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଓ ଖଜୁରିପଦା ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମାର ପାତ୍ର ପହଞ୍ôଚ ଉତ୍ତକ୍ତ ଲୋକଙ୍କ ସହ ଆଲୋଚନା କରି ବୁଝାଶୁଝା କରିଥିଲେ । ଏହାପରେ ପରିସ୍ଥିତି ଶାନ୍ତ ହୋଇଥିଲା । ତେବେ ଶ୍ରୀ ସୁବୁଦ୍ଧିଙ୍କୁ ତୁରନ୍ତ ଏଠାରୁ ସ୍ଥାନାନ୍ତରିତ କରିବା ଏବଂ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି । ଅନ୍ୟପକ୍ଷରେ ଶ୍ରମିକ ମାନଙ୍କୁ ରୋଜଗାର ଯୋଗାଇବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବହୁ ପ୍ରକଳ୍ପ, ଯୋଜନା ଆଦି ହାତକୁ ନିଆଯାଉଛି । ସେମାନେ କିପରି ସିଧାସଳଖ ଲୋକଙ୍କ ପାଖରେ ମଜୁରି ପାଇବେ ସେନେଇ ଗୁରୁତ୍ୱ ଦିଆଯାଉଥିବା ବେଳେ ଏପରି କିଛି ଦାୟିତ୍ୱହୀନ କର୍ମଚାରୀଙ୍କ ପାଇଁ ସବୁ ଲକ୍ଷ୍ୟଭ୍ରଷ୍ଟ ହେଉଛି ବୋଲି ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ