କୁକୁରର ମାଟରନିଟି ଫଟୋଶୁଟ୍

ଆଜିକାଲି ୱେଡିଂ, ପ୍ରି ୱେଡିଂ ଫଟୋଶୁଟ୍ ବେଶ୍ ସାଧାରଣ ହୋଇଗଲାଣି । ସେମିତି ଆଉ ଏକ ଫଟୋଶୁଟ୍‌ର ଟ୍ରେଣ୍ଡ ବି ଚାଲିଛି । ସେ ହେଉଛି ମାଟରନିଟି ଫଟୋଶୁଟ୍ । ଏଥିରେ ନାରୀଙ୍କ ଗର୍ଭାବସ୍ଥାର ଫଟୋଶୁଟ୍ କରାଯାଇଥାଏ । ହେଲେ ନିକଟରେ ଏକ ପ୍ରାଣୀର ମାଟରନିଟି ଫଟୋଶୁଟ୍ ସୋସିଆଲ୍ ମିଡିଆରେ ଛାଇ ରହିଛି । ପ୍ରାଣୀଟି ହେଉଛି ଏକ ପିଟ୍ ବୁଲ୍ ପ୍ରଜାତିର କୁକୁର । ସେପ୍ଟେମ୍ବର ପ୍ରାରମ୍ଭ ବେଳକୁ ୨ ବର୍ଷୀୟ ଏହି ପିଟ୍‌ବୁଲ୍ କୁକୁର, ଯେକି “ମାମା ପିକଲ୍ସ’ ନାମରେ ପରିଚିତ । ଏକୁଟିଆ ରାସ୍ତାରେ ବୁଲୁଥିବାବେଳେ “ପିଟ୍ସ ଆଣ୍ଡ ଗିଗଲ୍ସ’ ନାମକ ସ୍ୱେଚ୍ଛାସେବୀ ସଂସ୍ଥାର କିଛି ସଦସ୍ୟ ତାକୁ ଦେଖିଥିଲେ । ସେମାନେ ଅନୁଭବ କଲେ ଯେ, କୁକୁରଟିକୁ ସାହାଯ୍ୟ ଦରକାର । କାରଣ ସେ ଥିଲା ଗର୍ଭବତୀ । ପେଟ ବହୁତ ବଡ଼ ଥିବାରୁ ଭଲରେ ଚଲାବୁଲା କରିପାରୁ ନ ଥିଲା । ତାକୁ ଆଣି ରେସ୍କ୍ୟୁ ସେଣ୍ଟରରେ ଛାଡ଼ିଲେ ଓ ବହୁତ ଯତ୍ନ ନିଆଗଲା । ଆଉ ସେଠାରେ କୁକୁରଟିର ମାଟରନିଟି ଫଟୋସୁଟ୍ ବି କରାଗଲା । ମାମା ବି ବେଶ୍ ଦକ୍ଷତାର ସହ ଏକ ମଡେଲ ଭଳି ପୋଜ୍ ଦେଇଥିଲା । ଏହି ସୁଟ୍‌ର ଅଳ୍ପ କିଛି ଦିନ ପରେ ହିଁ ମାମା ୮ଟି ସନ୍ତାନର ଜନନୀ ହେଲା । ଏହା ପରେ ମା’ ଓ କୁକୁର ଛୁଆଙ୍କର ବି ଫଟୋଶୁଟ୍ କରାଗଲା । ଏହି ଫଟୋଶୁଟ୍ ଥିଲା ଆହୁରି ଆକର୍ଷକ । ଏଥିରେ ମା’ଛୁଆଙ୍କ ସ୍ନେହର ଝଲକ ଦେଖିବାକୁ ମିଳୁଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ