କମାଣ୍ଡର୍ସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ଓ୍ବାଇଏନ୍ଏସ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର କେୱଡ଼ିଆଠାରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ମିଳିତ କମାଣ୍ଡର୍ସ ସମ୍ମିଳନୀର ଉଦଯାପନୀ ଅଧିବେଶନରେ ଉଦବୋଧନ ଦେଇଛନ୍ତି। ଏହି ସମ୍ମିଳନୀର ଢାଞ୍ଚା ଏବଂ ଏଜେଣ୍ଡାକୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଥିଲେ। ଏହି ସମ୍ମିଳନୀରେ କନିଷ୍ଠ କମିଶନ ଅଧିକାରୀ ଏବଂ ଅଣକମିଶନ ଅଧିକାରୀଙ୍କୁ ସାମିଲ କରିବାକୁ ସେ ବିଶେଷ ଭାବେ ପ୍ରଶଂସା କରିଥିଲେ। ଜାତୀୟ ପ୍ରତିରକ୍ଷା ବ୍ୟବସ୍ଥାର ସର୍ବୋଚ୍ଚ ବେସାମରିକ ଓ ସାମରିକ ନେତୃବର୍ଗଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀବିଗତ ବର୍ଷଗୁଡ଼ିକରେ, କୋଭିଡ ମହାମାରୀ ପରିପ୍ରେକ୍ଷୀରେ ଏବଂ ଦେଶର ଉତ୍ତର ସୀମାରେ ଜାରି ରହିଥିବା ଆହ୍ୱାନପୂର୍ଣ୍ଣ ସମୟରେଭାରତୀୟ ସେନାବାହିନୀ ଦ୍ୱାରା ପ୍ରଦର୍ଶିତ ଦୃଢ଼ସଂକଳ୍ପକୁ ଉଚ୍ଚ ପ୍ରଶଂସା କରିଥିଲେ। ଜାତୀୟ ପ୍ରତିରକ୍ଷା ବ୍ୟବସ୍ଥାରେ ସ୍ୱଦେଶୀକରଣ ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଥିଲେ। କେବଳ ସରଞ୍ଜାମ ଓ ଅସ୍ତ୍ରଶସ୍ତ୍ର କିଣିବା କ୍ଷେତ୍ରରେ ନୁହେଁ ବରଂ ସିଦ୍ଧାନ୍ତ, ପ୍ରକ୍ରିୟା ଏବଂ ସେନାବାହିନୀରେ ପ୍ରଚଳିତ ପ୍ରଥାର ମଧ୍ୟ ସ୍ୱଦେଶୀକରଣ କରାଯିବା ଆବଶ୍ୟକ ବୋଲି ସେ କହିଥିଲେ। ଜାତୀୟ ସୁରକ୍ଷା ଢାଞ୍ଚାର ଉଭୟ ସାମରିକ ଏବଂ ବେସାମରିକ ଭାଗରେ ମାନବ ସମ୍ବଳର ଅନୁକୂଳ ଉପଯୋଗ କରିବାର ଆବଶ୍ୟକତା ରହିଥିବା ସେ କହିଥିଲେ।ସେ ମଧ୍ୟ ଏହି ସାମଗ୍ରୀକ ଆଭିମୁଖ୍ୟ ପାଇଁ ଆହ୍ୱାନ କରିଥିଲେ, ଯାହା ବେସାମରିକ-ସାମରିକ ବାଧାଗୁଡ଼ିକୁ ଦୂର କରି ନିର୍ଣ୍ଣୟ ନେବାର ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ। ସେ ସର୍ଭିସେସକୁ ସେହିସବୁପୁରୁଣା ପ୍ରଣାଳୀ ଏବଂ ଅଭ୍ୟାସ ଛାଡ଼ିବା ଲାଗି ପରାମର୍ଶ ଦେଇଥିଲେ ଯାହା ସେମାନଙ୍କର ଉପଯୋଗିତା ଓ ପ୍ରାସଙ୍ଗିକତାକୁ ହ୍ରାସ କରିଛି। ଦ୍ରୁତଗତିରେ ପରିବର୍ତ୍ତନଶୀଳ ପ୍ରଯୁକ୍ତିଗତ ପରିଦୃଶ୍ୟ ବିଷୟରେ ଅବତାରଣା କରି, ପ୍ରଧାନମନ୍ତ୍ରୀ ଭାରତୀୟ ସେନାକୁ ଏକ ‘ଭବିଷ୍ୟତର ଶକ୍ତି’ରେ ବିକଶିତ କରିବାର ଆବଶ୍ୟକତା ଉପରେ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ ଆଲୋକପାତ କରି କହିଥିଲେ ଯେ ଦେଶ ଆସନ୍ତାବର୍ଷ ସ୍ୱାଧୀନତାର ୭୫ତମ ବର୍ଷ ପୂର୍ତ୍ତି ପାଳନ କରିବାକୁ ଯାଉଛି, ଏହି ଅବସରକୁ ଏପରି କାମ ଏବଂ ପଦକ୍ଷେପ ନେବା ଲାଗି ଉପଯୋଗ କରିବା ଲାଗି ସେ ସେନାବାହିନୀକୁ ପରାମର୍ଶ ଦେଇଥିଲେ, ଯାହା ଦେଶର ଯୁବକମାନଙ୍କୁ ଅନୁପ୍ରାଣିତ କରିପାରିବ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ