ଆର୍ ବି ଏସ କେ ଟିମ୍ ଯୋଗୁଁ ସୁସ୍ଥ ହୋଇ ଫେରିଲା ଅରୁଣ
କୋଦଳା, (ଗୁଲସନ କୁମାର କର):କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆର୍ ବି ଏସ କେ ଟିମ୍ ତରଫରୁ ଇନାମ୍ ବେଲ ପଡ଼ା ର ସୂର୍ଯ୍ୟ ନାରାୟଣ ମାଝୀଙ୍କ ୭ ବର୍ଷର ପୁଅ ଅରୁଣ ମାଝୀ ର ହୃଦୟର ସଫଳ ଅସ୍ତ୍ରୋପଚାର ଅହମଦାବାଦ୍ ସ୍ଥିତ ଶ୍ରୀ ସତ୍ୟ ସାଇ ହାର୍ଟ ହସପିଟାଲ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ଆର୍ ବି ଏସ କେ ଟିମ୍ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା ସମୟ ରେ ଅରୁଣ ର ଛାତିରେ ଛିଦ୍ର ଥିବା କଥା ଜଣାପଡିଥିଲା। ତଦପରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୋଦଳା ଓ ଆର ବି ଏସ କେ ଟିମ ର ମିଳିତ ପ୍ରୟାସ ରେ ଗତ ମାର୍ଚ୍ଚ ୧୮ ତାରିଖରେ ସରକାରୀ ଗାଡ଼ି ଯୋଗେ ବ୍ରହ୍ମପୁର ଡି ଇ ଆଇ ସି ରୁ ଆର୍ ବି ଏସ କେ ମ୍ୟାନେଜର ସନ୍ଦୀପ କୁମାର ତ୍ରିପାଠୀ ଙ୍କ ତତ୍ତ୍ଵାବଧାନରେ ଆୟୁଷ ଡାକ୍ତର ଚିନ୍ମୟ ପ୍ରଧାନ ଓ ଫାର୍ମାସିଷ୍ଟ ଦିଲ୍ଲୀପ ନାହାକ ଙ୍କ ଦ୍ଵାରା ରେଳ ଯୋଗେ ଗୁଜରାଟ ର ଅହମଦାବାଦ୍ ସ୍ଥିତ ଶ୍ରୀ ସତ୍ୟ ସାଇ ହାର୍ଟ ହସପିଟାଲ ପଠାଯାଇଥିଲା। ଅରୁଣ ର ସେଠାରେ ସଫଳତା ସହ ଅସ୍ତ୍ରୋପଚାର ହୋଇ ମାର୍ଚ୍ଚ ୯ ତାରିଖରେ ବିମାନ ଯୋଗେ ଭୁବନେଶ୍ୱର ଓ ପରେ ନିଜ ଘରକୁ ଫେରିଛି। ସଫଳ ଅସ୍ତ୍ରୋପଚାର ଯୋଗୁଁ ତାଙ୍କ ଘରେ ଖୁସିର ଲହରୀ ଖେଳିଯାଇଛି। ସ୍ୱାସ୍ଥ୍ୟ କେନ୍ଦ୍ର ତରଫ ରୁ ସମସ୍ତ ସାହାଯ୍ୟ ଓ ସହଯୋଗ କରା ଯାଇଥିବାରୁ ଏବଂ ସମସ୍ତ ଖର୍ଚ୍ଚ ସରକାର ବହନ କରିଥିବାରୁ ଅରୁଣର ବାପା ଓ ମାମୁଁ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଆର୍ ବି ଏସ କେ ଟିମ୍ ର ଆୟୁଷ ଡାକ୍ତର ଓ ଅନ୍ୟ କର୍ମକର୍ତ୍ତାଙ୍କୁ କୃତଜ୍ଞତା ଜଣାଇଛନ୍ତି।


