ଚନ୍ଦନ କାଠ ଚାଲାଣ କାରି ଗିରଫ

ଚୌଦ୍ଵାର, (ଦୀପକ୍ କୁମାର ବେଉରା):ଚନ୍ଦନ କାଠ ଚୋରା କାରବାର କରୁଥିବା ଜଣେ ବ୍ୟକ୍ତିଙ୍କୁ ଚୌଦ୍ଵାର ପୁଲିସ ଗିରଫ କରିବା ସହିତ ଲକ୍ଷାଧିକ ଟଙ୍କା ମୂଲ୍ୟର ଚନ୍ଦନ କାଠ ଜବତ୍ କରିଛି। ଗତ ୯ ତାରିଖ ସନ୍ଧ୍ୟାରେ ବିଶେଷ ସୂତ୍ରରୁ ଚୌଦ୍ଵାର ପୋଲିସ୍ କୁ ଖବର ମିଳିଥିଲା ଯେ କରଞ୍ଜି ନିକଟରେ ଜଣେ ବ୍ୟକ୍ତି ଚନ୍ଦନ କାଠ ଚାଲାଣ କରୁଛି। ସେହି ସ୍ଥାନରେ ଚୌଦ୍ଵାର ପୋଲିସ୍ ଚଢ଼ାଉ କରି ବିଶନାକାହାନି ଗ୍ରାମର ରସାନନ୍ଦ ସାହୁକୁ ଗିରଫ କରିଥିଲେ। ତାହା ନିକଟରୁ ଏକ ଜରି ବ୍ୟାଗ୍ ରେ ୨୨ ଖଣ୍ଡ ମୂଲ୍ୟବାନ ଚନ୍ଦନ କାଠ ଖଣ୍ଡ ଜବତ୍ କରିଥିଲେ। ଉକ୍ତ ବ୍ୟକ୍ତି ଏହାକୁ ନିଜେ କାଟି ଭୁବନେଶ୍ୱର କୁ ଚାଲାଣ କରୁଥିବାର ପୁଲିସ ସୂତ୍ର ରୁ ପ୍ରକାଶ । ଏହି ମୂଲ୍ୟବାନ କାଠର ଆନୁମାନିକ ମୂଲ୍ୟ ୧୦ ଲକ୍ଷ ଟଙ୍କା ରୁ ଅଧିକ ହେବ। ଏହି ଘଟଣା ର ଅଧିକ ତଦନ୍ତ ଚୌଦ୍ଵାର ପୋଲିସ୍ ପକ୍ଷରୁ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ