ଗଜପତିରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ବୈଠକ  

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କିଭଳି କରାଯିବ ସେ ନେଇ ଏକ ଜିଲ୍ଲସ୍ତରୀୟ ଏକ ଆଗୁଆ ପଦକ୍ଷେପ ବୈଠକ ପାରଳାଖେମୁଣ୍ଡି ସ୍ଥିତ ୟୁନିୟନ ବ୍ୟାଙ୍କର ଗ୍ରାମୀଣ ଆତ୍ମନିଯୁକ୍ତି ପ୍ରଶିକ୍ଷଣ କେନ୍ଦ୍ର ଠାରେ ଜିଲ୍ଲାପାଳ ଅନୁପମ ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଡିଆର୍‌ଡିଏର ପ୍ରକଳ୍ପ ନିର୍ଦ୍ଦେଶକ ମହେଶ ଚୌଧୁରୀ, ଉପଜିଲ୍ଲାପଳ ସଂଗ୍ରାମ ଶେଖର ପଣ୍ଡା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ତଥା ଆଦିବାସୀ ଉନ୍ନୟନ ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ବ୍ଲକର ବିଡିଓଙ୍କ ସମେତ, ଜିଲ୍ଲା ଓ ବ୍ଲକସ୍ତରର ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହକୁ କିପରି ମୁକାବିଲା କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା । ଜିଲ୍ଲାସ୍ତରରେ ଏଥି ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କଣ୍ଟ୍ରୋଲ ରୁମ ଖୋଲା ଯିବା, ଜିଲ୍ଲାର ସାତଟି ବ୍ଲକରେ ପାନୀୟ ଜଳର ବ୍ୟବସ୍ଥା ଓ ଅଚଳ ନଳକୂପକୁ ସଚଳ କରିବା ସହ ଆହବଶ୍ୟକ ସ୍ଥଳେ ନୂତନ ନଳକୂପ ଖୋଲିବା, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଓଆର୍‌ଏସ୍ ଓ ସାଲାଇନ ମହଜୁଦ ରଖିବା, ବିଭିନ୍ନ ସ୍କୁଲ, କଲେଜ, ଅଙ୍ଗନବାଡି କେନ୍ଦ୍ରରେ ଜଳର ସୁବ୍ୟବସ୍ଥା କରିବା, ପୌର ପରିଷଦ ଓ ବିଜ୍ଞାପିତ ଅଞ୍ଚଳ ପରିଷଦରେ ତୁରନ୍ତ ଜଳଛତ୍ର ଖୋଲିବ, ସହରରେ ଜଳ ଯୋଗାଣ ସୂଚନାରୁ ରୂପେ ଯୋଗାଇବା, ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା କରାଯିବା, ବନ୍ୟଜନ୍ତୁଙ୍କୁ ଯେପରି ଜଳର ଅଭାବ ନ ହେବ ଓ ଜଙ୍ଗଲରେ ନିଆ ନ ଲାଗିବ ସେଥିପ୍ରତି ଦୃଷ୍ଟି ଦେବା, ପଞ୍ଚାୟତ ଓ ଗ୍ରାମ୍ୟ ସ୍ତରରେ ଜଳ ଛତ୍ର ଖୋଲିବା, ଅଚଳ ନଳକୂପକୁ ସଚଳ କରିବା ଓ ଗ୍ରାମରେ ଜଳ ଯୋଗାଣର ସୁବ୍ୟବସ୍ଥା କରିବା ପ୍ରଭୃତି ଉପରେ ଆଗୁଆ ପଦକ୍ଷେପ ନେବା ପାଇଁ ଜିଲ୍ଲାପାଳ ଶ୍ରୀ ସାହା ବିଭାଗୀୟ ଅଧିକାରୀ ଓ ବିଡିଓ ମାନଙ୍କୁ ପରାମର୍ଶ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ