କେନ୍ଦ୍ରାପଡାରେ ମହାଶିବରାତ୍ରୀ ଉତ୍ସବ ପାଳିତ
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡାର ବିଭିନ୍ନ ସ୍ଥାନରେ କୋଭିଡ କଟକଣା ଭିତରେ ଶ୍ରଦ୍ଧାଳୁମାନେ ମହାଦେବଙ୍କୁ ଦର୍ଶନ କରି ରାତ୍ରୀ ଉଜାଗରରେ ରହି ଜାଗର ଜାଳିଥିବାର ଦେଖାଯାଇଛି । କେନ୍ଦ୍ରାପଡା ସହରର ଗୋପସ୍ଥିତ ଅମରେଶ୍ୱର, ବଡବାରଙ୍ଗର ଦେଉଳେଶ୍ୱର, ବିରସ୍ୱତୀର ରାମେଶ୍ୱର, କଜଳାର ବିଲେଶ୍ୱର, ଗରାପୁରର କପାଳେଶ୍ୱର, ତରାପୁର (କଚେରୀଡିହ)ର ବଟେଶ୍ୱର, ଭରତପୁରର ଅମରେଶ୍ୱର ପ୍ରଭୃତି ଶିବ ମନ୍ଦିର ଗୁଡିକରେ ମହାଶିବରାତ୍ରୀ ଓ ଜାଗରଯାତ୍ରା ଉତ୍ସାହ ଓ ଉଦ୍ଦୀପନା ସହିତ ପାଳିତ ହୋଇଯାଇଛି । ପ୍ରାତଃ ସମୟରେ ପ୍ରତି ମନ୍ଦିରରେ ମହାଦେବଙ୍କୁ ରୁଦ୍ରାଭିଷେକ କରାଯାଇ ହରିହର ମିଳନ ଓ ଘୃତଯଜ୍ଞ ଅନୁଷ୍ଠିତ ହେବା ପରେ ବିଳମ୍ବିତ ରାତିରେ ମହାଦୀପ ଉଠିଥିଲା । ଧୂପଦୀପ ଓ ଆଳତୀ କରାଯାଇ ଶିବସ୍ତୋତ୍ର ଓ ସ୍ତୁତିପାଠ ପୂର୍ବକ ନାମ ସଂକୀର୍ତ୍ତନ କରାଯାଇଥିଲା । ଏଥିସହିତ ସହରର କଜଳା ବିଲେଶ୍ୱର ମହାଦେବଙ୍କ ଜାଗର ଯାତ୍ରା କୋଭିଡ ନିୟମ ଅନୁପାଳନ ପୂର୍ବକ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଗୁର୍ରୁବାର ପ୍ରାତଃ ୪ଟା ସମୟରେ ବିଲେଶ୍ୱରଙ୍କୁ ମହାସ୍ନାନ କାରାଯାଇ ପ୍ରାତଃ ୫ଟା ସମୟରେ ମଙ୍ଗଳ ଆରତି କାରାଯାଇଥିଲା । ଶହ ଶହ ଭକ୍ତ ମହାଦେବଙ୍କୁ ଦର୍ଶନକରି ଜାଗର ବ୍ରତ ପାଳନ କରିଥିଲେ । ସେହିପରି ସନ୍ଧ୍ୟା ୮ଟାରେ ମହାଦେବଙ୍କ ମହାଭିଷେକ କରାଯାଇଥିଲା । ମନ୍ଦିର ପରିସରରେ ବହୁ ଭକ୍ତ ଦିନସାରା ଉପବାସ ବ୍ରତ ପାଳନ କରି ମହାଦୀପ ଉଠିବା ପର୍ଯନ୍ତ ଦୀପ ଜାଳି ବସିରହିଥିଲେ । ଏହାପରେ ରାତି ୧୧ଟା ସମୟରେ ମହାଦୀପ ଉଠିଥିଲା । ସମସ୍ତ କାର୍ଯ୍ୟ ବିଲେଶ୍ୱର ମନ୍ଦିର କମିଟି ସଭାପତି ମହେନ୍ଦ୍ର ମିଶ୍ର, ସମ୍ପାଦକ ଗୈାତ୍ତମ ମଲ୍ଲିକ, ନିମାଇଁ ଚରଣ ଦାସ, ତୁଷାର ମିଶ୍ର, ସ୍ୱରୁପ ରାଉତରାଏ, ସୁରେନ୍ଦ୍ର ସାହୁ, ଦେବରାଜ କର, ଗୋବିନ୍ଦ ଚନ୍ଦ୍ର ନାୟକ, ପିଙ୍କୁ ଧଳ, ଶୁଭମ୍ କୁମାର ବେହୁରା, ବଡବିନ୍ ମହାନ୍ତି, ଶିବୁନା ନାୟକ, ତନ୍ମୟ ସିଂ ପ୍ରମୁଖଙ୍କ ଦ୍ୱାରା ଶାନ୍ତି ଶୃଙ୍ଖଳାର ସହିତ ପରିଚାଳିତ ହୋଇଥିଲା ।


