ପାରଳାରେ ଭାଗବତ ପାରାୟଣ ସପ୍ତାହ ଆରମ୍ଭ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଗୋପିନୀ ସାହି ଠାରେ ଥିବା ଗୌରହରି ପାଠାଗାରରେ ଭାଗବତ ପାରାୟଣ ସପ୍ତାହ ଆରମ୍ଭ ହୋଇଯାଇଛି । ଗତକାଲି ପବିତ୍ର ଶିବରାତ୍ରୀ ଅବସରରେ ବାବା ବଳିଳାଙ୍କ ଶିଷ୍ୟ ଆଶୀର୍ବାଦ ମହାରାଜଙ୍କ ଦ୍ୱାରା କଥାମୃତ ଆରମ୍ଭ ହୋଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ମାତା ଅନୁସୂୟା ଦେବୀ ଆଶିର୍ବାଦ ମହାରାଜଙ୍କୁ ମଞ୍ଚ ଉପରକୁ ନିମନ୍ତ୍ରଣ କରି ନେଇଥିଲେ । ଏହାପରେ ପ୍ରଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମକୁ ଶୁଭାରମ୍ଭ କରାଯାଇଥିଲା । ଓଡିଶା ସାହିତ୍ୟ ଏକାଡେମୀ ଗଜପତିର ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ସଂଯୋଜନା କରିଥିବାବେଳେ ଏଥି ସକାଶେ ଗୁରୁମାତା ତୁଳସୀ ମା, ମାତା ବୈଦେଇ ମା ଓ ମାତା ହରିପ୍ରିୟାଙ୍କ ସହିତ ସହରର ମାତା ଅନୁସୂୟାଦେବୀ ଓ ସତ୍ୟଭାଇ ପ୍ରମୁଖ ଉପସ୍ଥିତ ରହି ପୂଜାର୍ଚ୍ଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସହରର ବହୁ ଭାଗବତ ଶ୍ରଦ୍ଧାଳୁ ଯୋଗଦେଇଥିବାର ଦେଖିବାକୁ ମିଳିଥିଲା । ଏଥି ସକାଶେ ଗତକାଲି ସନ୍ଧ୍ୟା ସମୟରେ ପାରଳାଖେମୁଣ୍ଡି ସହର ସ୍ଥିତ ମହେନ୍ଦ୍ର ତନୟାନଦୀରୁ ଜଳାଭିଷେକ କରାଯାଇ କଳସି ମାଧ୍ୟମରେ ଜଳକୁ ପୋଛୋଟି ଅଣାଯାଇ ଜଗନ୍ନାଥ ମନ୍ଦିର ଦର୍ଶନ ପୂର୍ବକ ନିଜର ଆୟୋଜିତ ହୋଇଥିବା ଭାଗବତ ପାରାୟଣ ପୀଠ ସ୍ଥଳୀରେ ପହଞ୍ôଚ ଥିଲେ । ଉକ୍ତ କାର୍ଯ୍ୟକ୍ରମରେ ସୀତାରାମ ଦାସଜୀ ମହାରାଜ, ସୁରେଶ ଘଣ୍ଟ, ସସ୍ମିତା ଘଣ୍ଟ, ସନ୍ତୋଷ ସାହୁ, ଅରୁଣ ମହାରଣା, କେଦାର ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ପୂଜାକାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ । ସୂଚନା ଯୋଗ୍ୟଯେ ଏହି କାର୍ଯ୍ୟକ୍ରମ ସ୍ୱର୍ଗତ ସରସ୍ୱତୀ ଦେବୀଙ୍କ ପୂଣ୍ୟ ସ୍ମୃତି ଉଦ୍ଦେଶ୍ୟରେ ଅନୁଷ୍ଠିତ ହେଉଅଛି ।


