ଅଷ୍ଟପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ
ବନ୍ତ, (ଚାନ୍ଦିନୀ ମହାନ୍ତି) : ଗଣିଜାଙ୍ଗ ପଞ୍ଚାୟତ ପାଣଗଢିଆ ୱାର୍ଡ ନଂ୧୩ରେ ୩ ଦିନ ଧରି ଅଷ୍ଟପ୍ରହରୀ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଗ୍ରାମ ପୁଷ୍କରିଣୀରୁ ୮ ଗୋଟି କଳସ ଅଣାଯାଇ ଗ୍ରାମ ପରିକ୍ରମା ପରେ ଘଟ ସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ଏଥିରେ ସମାଜସେବୀ ଭୀମସେନ ସାମଲ, ଗୌରାଙ୍ଗ ମହାପାତ୍ର ଯୋଗ ଦେଇଥିଲେ । ପୂଜା କମିଟିର କର୍ମକର୍ତ୍ତା ସୁରେନ୍ଦ୍ର ନାୟକ, ଗୌତମ ମହାପାତ୍ର, ଅଶୋକ ନାୟକ, ଦାମୋଦର ମହାପାତ୍ରଙ୍କ ସମେତ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।


