ପ୍ରତିଶୃତି ପରେ ରାସ୍ତା ଅବରୋଧ ବନ୍ଦ ରହିଲା
ବନ୍ତ, (ଚାନ୍ଦିନୀ ମହାନ୍ତି) : ପଧାନପଡା ସେବା ସମବାୟ ସମିତିର ଚାଷୀ ମାନେ ପୂବାହ୍ନ ୧୦ଟାରୁ ବନ୍ତ-ବାରିକପୁର ରାସ୍ତାକୁ ନିଳୋକ ବଜାର ଠାରେ ଧାନବସ୍ତା ପକାଇ ଅବରୋଧ କରିବା ପାଇଁ ସମସ୍ତ ପ୍ରସ୍ତୁତି ସାରିଥିବା ବେଳେ ଥାନା ଅଧିକାରୀ ମିନା ବିନ୍ଧାଣୀ ଘଟଣା ସ୍ଥଳରେ ପହଞ୍ôଚ ଚାଷୀ ମାନଙ୍କୁ ଆଲୋଚନା ପାଇଁ ଡାକିଥିଲେ । ଜିଲା ପ୍ରଶାସନ ପକ୍ଷରୁ ସମବାୟ ସମିତି ସମୂହର ଉପସହକାରୀ ନିବନ୍ଧକ ସତ୍ୟ ପ୍ରକାଶ ସେଠୀ, ବ୍ଲକ ଯୋଗାଣ ଅଧିକାରୀ ଅଶୋକ କୁମାର ବେହେରା ପହଞ୍ôଚ ଥିଲେ । ପରେ ଚାଷୀ ମାନଙ୍କୁ ନେଇ ଆଲୋଚନା ହୋଇଥିଲା । ଫେବୃଆରୀ ୩ ଓ ୫ରେ ଚାଷୀଙ୍କର ଟୋକନ୍ ଲାପ୍ସ କରିଥିବା ବେଳେ ଟୋକନ୍ ଅବଧି ଥିବା ବହୁ ଚାଷୀଙ୍କର ଧାନ ମଣ୍ଡିରେ ପଡିଛି । ଲାପ୍ସ ଟୋକନକୁ ତୁରନ୍ତ ରିଭେଲିଡ୍ କରାଇବା ସହ ମଣ୍ଡିରେ ପଡିଥିବା ଏବଂ ଟୋକନ୍ ପାଇଥିବା ସମସ୍ତ ଚାଷୀଙ୍କ ଧାନକୁ ତୁରନ୍ତ କିଣିବା ନେଇ ଆବଶ୍ୟକ ଟାର୍ଗେଟ ପ୍ରଦାନ କରିବାକୁ ଚାଷୀ ମାନେ ଦାବୀ କରିଥିଲେ । ଏପରିକି ଚାଷୀ ସେକ୍ ଜଲାଲଉଦ୍ଦୀନ ଓ ସୁବାଷ ବେହେରା ତୁରନ୍ତ ଧାନ କିଣା ନଗଲେ ଆତ୍ମହତ୍ୟା କରିବେ ବୋଲି ବୈଠକରେ ଚେତାବନୀ ଦେଇଥିଲେ । ଚାଷୀ ମାନଙ୍କର ସମସ୍ତ ଅଭିଯୋଗ ଶୁଣିବା ପରେ ଅଧିକାରୀ ମାନେ ଏସଂପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ । । ଫଳରେ ରାସ୍ତା ଅବରୋଧ ସ୍ଥଗିତ ରହିଥିଲା । ଆଲୋଚନାରେ ସମିତିର ସମ୍ପାଦକ ସେକ୍ ଗୋଲାମ୍ ଉପସ୍ଥିତ ଥିବା ବେଳେ ସମିତି ସଭ୍ୟା କମଳିନୀ ଆଚାର୍ଯ୍ୟ, ବ୍ଲକ କଂଗ୍ରେସ ଉପସଭାପତି ନିରଞ୍ଜନ ମଲ୍ଲିକ, ସିପିଆଇର ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ସମାଜସେବୀ ମଣିଭଦ୍ର ବିଶ୍ୱାଳ, ସେକ୍ ଜଲାଲଉଦ୍ଦୀନ, ଚାଷୀ କମିଟି ସଭ୍ୟ ପଦ୍ମନାଭ ଦାସ, ଅଜୟ ଦାସ, କୃଷକ ସଭାର ବ୍ଲକ ସଭାପତି ସୁବାଷ ବେହେରା, ଦୁର୍ଗା ଚରଣ ପଣ୍ଡା, ପ୍ରଭାସ ଦାସଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ ।


