ପ୍ରେମ ଜାଲରେ ଫସାଇ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଓ ଭିଡ଼ିଓ ଭାଇରାଲ ଧମକ ଅଭିଯୋଗ ଯୁବକ ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ସ୍ୱାମୀଙ୍କ ଅନୁପସ୍ଥିତରେ ଜଣେ ହରିଜନ ବିବାହିତା ମହିଳାଙ୍କୁ ନିକଟସ୍ଥ ଗ୍ରାମର ଜଣେ ଯୁବକ ପ୍ରେମ ଜାଲରେ ଫସାଇ ଦୁଷ୍କର୍ମ କରିବା ସହ ଅନ୍ତରଙ୍ଗ ମୁହୁର୍ତର ଭିଡ଼ିଓ ଭାଇରାଲ କରିବା ଧମକ ଅଭିଯୋଗରେ ହିଞ୍ଜିଳି ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ଏଭଳି ଏକ ଘଟଣା ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଂଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଛି । ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୧୦/୨୧ରେ ଏକ ମାମଲା ରୁଜୁ କରିଛି । ଗିରଫ ଯୁବକ ଜଣକ ସ୍ଥାନୀୟ ଥାନା ବାଦିଆମ୍ବଗାଁର ଶ୍ରୀଧର ଗଉଡ଼ (୩୫) । ଉଭୟଙ୍କ ଡ଼ାକ୍ତରମାଇନା କରାଯିବା ପରେ ସୋମବାର ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନଙ୍କ ସୁତ୍ରରୁ ପ୍ରକାଶ ।ଥାନା ସୁତ୍ରରୁ ପ୍ରକାଶ ଯେ, ହିଞ୍ଜିଳି ଥାନା ଅଂଚଳର ଜଣେ ବିବାହିତା ହରିଜନ ମହିଳା, ସ୍ୱାମୀଙ୍କ ଅନୁପସ୍ଥିତିର ସୁଯୋଗ ନେଇ ନିକଟସ୍ଥ ଗ୍ରାମର ଯୁବକ ଶ୍ରୀଧର ବିବାହିତା ମହିଳାଙ୍କୁ ନିଜ ପ୍ରେମ ଜାଲରେ ଫସାଇ ବିଭିନ୍ନ ସ୍ଥାନକୁ ନେଇ ଦୁଷ୍କର୍ମ କରୁଥିଲା । ରବିବାର ଯୁବକ ଜଣକ ସଂପୃକ୍ତ ମହିଳାଙ୍କୁ ବ୍ରହ୍ମପୁର ଯିବାକୁ କହିଥିଲେ । ମହିଳା ଜଣକ ଯୁବକଙ୍କ ସହ ବ୍ରହ୍ମପୁର ଯିବାକୁ ମନା କରିବାକୁ ଯୁବକ ଜଣକ ଉଭୟଙ୍କ ଅନ୍ତରଙ୍ଗ ମୁହୁର୍ତର ଫଟୋ ଓ ଭିଡ଼ିଓ ଭାଇରାଲ କରିବାକୁ ଧମକ ଦେଇଥିଲେ । ବାଧ୍ୟ ହୋଇ ମହିଳା ଜଣକ ଯୁବକଙ୍କ ସହ ବ୍ରହ୍ମପୁର ଯାଇଥିଲେ । ଯିବା ବାଟରେ ଏକ ନିଛାଟିଆ ସ୍ଥାନ ଦେଖି ମହିଳାଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ । ବ୍ରହ୍ମପୁରରୁ ଫେରିବା ପରେ ଘଟଣା ନେଇ ମହିଳା ଜଣକ ହିଞ୍ଜିଳି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଭିତିରେ ଏ ନେଇ ହିଞ୍ଜିଳି ଥାନାରେ ନଂ- ୧୧୦/୨୧ରେ ଏକ ମାମଲା ରୁଜୁ ହୋଇଛି । ସୋମବାର ଭୋରରୁ ଯୁବକଙ୍କୁ ଗ୍ରାମରୁ ଗିରଫ କରାଯାଇଛି । ଉଭୟଙ୍କ ଡ଼ାକ୍ତରମାଇନା କରାଯିବା ପରେ ସୋମବାର ସଂପୃକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଆସିକା ପୁଲିସ ଉପଖଣ୍ଡ ଅଧିକାରୀ ସୂର୍ଯ୍ୟମଣି ପ୍ରଧାନ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ