ଆସାମ ନିର୍ବାଚନ ପ୍ରଚାରରେ ସାମିଲ ହେଲେ କେନ୍ଦ୍ରାପଡାର ସଲିମ ଖାନ

କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): ଆସାମର ବିଧାନସଭା ନିର୍ବାଚନ ମାର୍ଚ୍ଚ ୨୭, ଅପ୍ରେଲ ୧ ଓ ଅପ୍ରେଲ ୬ତାରିଖ ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ନିର୍ବାଚନ କମିଶନର ସମୟଧାର୍ଯ୍ୟ କରିଛନ୍ତି । ଆସାମ ରାଜ୍ୟରେ ମୋଟ ଭୋଟରଙ୍କର ୩୭ ପ୍ରତିଶତ ମୁସଲମାନ ସଂପ୍ରଦାୟର ଭୋଟର ଅଛନ୍ତି । ଆସାମ ରାଜ୍ୟର ବିଜେପି ପ୍ରଭାରୀ ତଥା ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ଆସାମର ମୁଖ୍ୟମନ୍ତ୍ରୀ ସାର୍ବନନ୍ଦ ସୋନୋବାଲ, ବରିଷ୍ଠ ବିଜେପି ନେତା ହେମନ୍ତ ବିଶ୍ୱ ଶର୍ମା, ଆସାମ ରାଜ୍ୟର ବିଜେପି ସଭାପତି ରଞ୍ଜିତ ଦାସ ଓ ବିଜେପିର ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ଦିଲ୍ଲିପ ସାଇକିଆ ପ୍ରମୁଖ ନିର୍ବାଚନ ପରିଚାଳନା କରୁଛନ୍ତି । ଆସାମ ନିର୍ବାଚନରେ ମୁସଲମାନ ସଂପ୍ରଦାୟର ଭୋଟରମାନେ ରହୁଥିବା ଅଂଚଳରେ ଦଳ ପକ୍ଷରୁ ନିର୍ବାଚନ ପ୍ରଚାର କରିବା ଏବଂ ସେମାନଙ୍କ ମଧ୍ୟରେ ବିଜେପିର ବାର୍ତ୍ତା ପ୍ରଚାର କରି ଦଳୀୟ ପ୍ରାର୍ଥୀମାନଙ୍କୁ ଭୋଟ ଦେବାକୁ ନିବେଦନ କରିବା ପାଇଁ କେନ୍ଦ୍ରାପଡାର ବରିଷ୍ଠ ବିଜେପି ନେତା ସଲିମ ଖାନ ଆସାମ ଯାଇ ସେଠାରେ ନିର୍ବାଚନ ପ୍ରଚାର କାର୍ଯ୍ୟରେ ସାମିଲ ହୋଇଥିବା ସୂଚନା ମିଳିଛି । ଆସମର ମୁଖ୍ୟମନ୍ତ୍ରୀ ସାର୍ବନନ୍ଦ ସୋନୋବାଲଙ୍କୁ ସାକ୍ଷାତ କରିବା ସହ ବିଜେପି ଦଳର ବରିଷ୍ଠ ନେତାମାନଙ୍କ ପରାମର୍ଶ କ୍ରମେ ସଲିମ ଖାନ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ମୁଖ୍ୟତଃ ମୁସଲମାନ ସଂପ୍ରଦାୟର ଭୋଟରମାନଙ୍କୁ ବୁଝାଇବା ସହ ନିର୍ବାଚନ ପ୍ରଚାର କାର୍ଯ୍ୟକୁ ଜୋରଦାର କରିଥିବା ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ