ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ତୃତୀୟ ଦିବସ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ଦଳ ୭୬ରନ୍‌ରେ ବିଜୟୀ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ହିଞ୍ଜିଳିକାଟୁ ପୌରାଂଚଳ ମିନି ଷ୍ଟାଡ଼ିୟମ ପରିସରରେ ଆୟୋଜିତ ପ୍ରିୟଦର୍ଶୀ ସ୍ମାରକୀ କ୍ରିକେଟ ଟୁର୍ଣ୍ଣାମେଂଟର ୩ୟ ଦିବସ ଇଗଲ କ୍ରିକଟେ କ୍ଳକ, ହିଞ୍ଜିଳିକାଟୁ ଓ ବାବା ପାତାଳେଶ୍ୱର କ୍ରିକେଟ କ୍ଳବ, ଚାଟୁଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଟସ୍ ଜିତି ହିଞ୍ଜିଳିକାଟୁ ଦଳ ପ୍ରଥମେ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଦାରିତ ୨୦ ଓଭରରେ ୬ଗୋଟି ୱିକେଟ ହରାଇ ୧୮୧ ରନ୍ ସଂଗ୍ରହ କରିଥିଲେ । ଜବାବରେ ଚାଟୁଳା ଦଳ ୧୭.୫ ଓଭରରେ ସମସ୍ତ ୱିକେଟ ହରାଇ ୧୦୫ ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲେ । ଫଳରେ ଇଗଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ଼ ୭୬ ରନ୍‌ରେ ବିଜୟ ଲାଭ କରିଥିଲା । ହିଞ୍ଜିଳିକାଟୁ଼ ଦଳ ପକ୍ଷରୁ ସଚିନ ୧୧ରନ୍ ବିନିମୟରେ ୫ଟି ୱିକେଟ ଅକ୍ତିଆର କରିଥିବାରୁ କରିଥିବାରୁ ତାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଘୋଷଣା କରାଯାଇଥିଲା । ଅତିଥି ଭାବେ ଆଇନଜୀବି ଦ୍ୱିତୀକୃଷ୍ଣ ସାବତ ଯୋଗଦେଇ ସଚିନଙ୍କୁ ପୁରସ୍କୃତ କରିଥିଲେ । ରାକେଶ ପୃଷ୍ଟି ଓ ବିଷ୍ଣୁ ପଣ୍ଡା ଆମ୍ପାୟର ଦାୟିତ୍ୱ କରିଥିବା ବେଳେ ସ୍କୋରର ଥିଲେ ପ୍ରଭାତ ସାହୁ ।ଜଗନ ଡ଼ାକୁଆ ଧାରା ବିବରଣୀ ପ୍ରଦାନ କରିଥିଲେ । ସଚିନ ସେଠି, ନିଳାମ୍ବର ସାହୁ, ପ୍ରଭାତ, ତପନ, ଅମୁଲ୍ୟ, , ଟିକୁ. ଉମା ମ୍ୟାଚ ପରିଚାଳନା କରିଥିବା ବେଳେ ଆୟୋଜକ ଇଗଲ କ୍ରିକେଟ ଟିମ୍‌ର ସଦସ୍ୟ ସହଯୋଗ କରିଥିଲେ । ଗୁରୁବାର ରୟାଲ କ୍ରିକେଟ କ୍ଳବ, ହିଞ୍ଜିଳିକାଟୁ ସହ ପାୱାର କ୍ରିକେଟ କ୍ଳବ, ଆସିକା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ