ବିଦେଶରୁ ସ୍ୱାମୀର ଶବ ଫେରାଇ ଆଣିବା ପାଇଁ ଆକୁଳ ନିବେଦନ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ବିଦେଶରେ ଜଣେ ଶ୍ରମିକ ଭାବେ ମୂଲଲାଗି ପରିବାର ପ୍ରତିପୋଷଣ କରୁଥିବା ଜନୈକ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିବା ସୂଚନା ମିଳିଛି । ସେ ସମ୍ପର୍କରେ ଖବର ପାଇ ବିଦେଶରୁ ସ୍ୱାମୀର ଶବ ଫେରାଇ ଆଣିବାକୁ ଅତିରିକ୍ତ ଜିଲ୍ଲାପାଳଙ୍କ ନିକଟରେ ଆକୁଳ ନିବେଦନ କରିଛନ୍ତି ତାଙ୍କ ପତ୍ନୀ । କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଥାନା ଅନ୍ତର୍ଗତ ପ୍ରଧାନ ପଟକିରା ଗ୍ରାମର କବିତା ବାରିକଙ୍କ ସ୍ୱାମୀ ପ୍ରଭାକର ବାରିକ ଦୀର୍ଘ ୧୦ ବର୍ଷରୁ ଉର୍ଦ୍ଧ୍ୱ ହେବ ଦୋହା କତାରରେ ରହି ଡେଜଟ ଲାଇନ ପ୍ରୋଜେକ୍ଟରେ ଶ୍ରମିକ ଭାବେ କାମ କରି ଆସୁଥିଲେ । ଗତ ମଙ୍ଗଳବାର ତାଙ୍କର ସେଠାରେ ମୃତ୍ୟୁ ହୋଇଯାଇଥିବା କମ୍ପାନୀ ପକ୍ଷରୁ ତାଙ୍କ ପରିବାରକୁ ଫୋନ ଯୋଗେ ସୂଚନା ଦିଆଯାଇଥିଲା । ଶ୍ରମିକ ଭାବରେ କାର୍ଯ୍ୟ କରୁଥିବା ପ୍ରଭାକରଙ୍କର ଆର୍ଥିକ ଦୁରାବସ୍ଥା ଯୋଗୁଁ ତାଙ୍କ ଶବ ଫେରାଇ ଆଣିବାକୁ ତାଙ୍କ ପତ୍ନୀ କବିତା ବାରିକ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ରାଉତଙ୍କୁ ଭେଟି ନିବେଦନ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ