ଆଦର୍ଶ କୃଷକ ଯୋଗେନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶାହ ଉପଲକ୍ଷେ ସ୍ମୃତି ସଭା
କେନ୍ଦ୍ରାପଡା, (ଚିତ୍ତରଂଜନ ଦାସ): କେନ୍ଦ୍ରାପଡା ବ୍ଲକ ଅର୍ନ୍ତଗତ ଭରତପୁର ଗ୍ରାମପଂଚାୟତର ଜଗନ୍ନାଥପୁର ଗ୍ରାମର ଆଦର୍ଶ କୃଷକ ଯୋଗେନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତି ସଭା ତାଙ୍କ ଜଗନ୍ନାଥପୁର ବାସଭବନରେ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବୈଷ୍ଣବ ଚରଣ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସ୍ମୃତି ସଭାରେ ସି.ପି. ଆଇର ଜିଲ୍ଲା ସାଧାରଣ ସମ୍ପାଦକ ରମଣି ରଂଜନ ରାଉତରାୟ, ଅଧ୍ୟପକ ଅଜୟ ସାମଲ,ଆଦିକନ୍ଦ ରାଉଳ , ସୁବୁଦ୍ଧି ଚରଣ ସାହୁ , ବସନ୍ତ କୁମାର ବରାଳ, ଅନାଦି ନାୟକ, ରାଜକିଶୋର ମହାନ୍ତି ,ପ୍ରେମାନନ୍ଦ ଦାସ,ଶ୍ରୀବତ୍ସ ନାୟକ, ସରପଂଚ ପ୍ରତିନିଧି ଶାରଦା ପ୍ରସନ୍ନ ରାଉତ ,ବଳରାମ ଷଡଙ୍ଗି ପ୍ରମୁଖ ଯୋଗଦେଇ ଆଦର୍ଶ କୃଷକ ସ୍ୱର୍ଗତ ମହାନ୍ତିଙ୍କ ଜୀବନ ଆଦର୍ଶ ଉପରେ ଆଲୋକ ପାତ କରିବା ସହିତ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଶେଷରେ ସନ୍ତୋଷି ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ।


