ଟୋକନ୍ ଲାପ୍ସ ପରେ ଆସିଥିବା ଟାର୍ଗେଟକୁ ଭାଗ କରି ଦିଆଗଲା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ପଧାନପଡା ସେବା ସମବାୟ ସମିତିରେ ୪ ଦିନର ଟୋକନ୍ ଲାପ୍ସ ହେବା ପରେ ବଳକା ଓ ଆସିଥିବା ଟାର୍ଗେଟକୁ ଚାଷୀଙ୍କ ମଧ୍ୟରେ ଭାଗ କରି ଧାନକ୍ରୟ କରାଯାଇଛି । ପ୍ରକାଶ ଯେ, ଚଳିତ ଖରିଫ ଋତୁରେ ସଂପୃକ୍ତ ସମବାୟ ସମିତିରେ ଧାନକିଣା ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଛି । ଚାଷୀ ପଞ୍ଜୀକରଣ ଠାରୁ ଧାନକିଣା ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଜାଲିଆତି କରାଯାଇଛି । ଫଳରେ ଶତାଧିକ ଚାଷୀ ଧାନ ବିକ୍ରୟ କରିବାରୁ   ହୋଇଛନ୍ତି । ଫେବୃଆରୀ ୩, ୫, ୧୦, ୧୨ରେ ଟୋକନ୍ ପାଇଥିବା ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରାନଯିବାରୁ ସେମାନଙ୍କ ଟୋକନ୍ ଲାପ୍ସ କରିଯାଇଛି । ଫଳରେ ଚାଷୀ ମାନେ ଅସନ୍ତୋଷ ପ୍ରକାଶ କରି ସମିତିରେ ହୋହାଲ୍ଲା କରିଆସୁଛନ୍ତି । ଫେବୃଆରୀ ୮ରେ ସଂପୃକ୍ତ ମଣ୍ଡିକୁ ୨୩ ଶହ ଟାର୍ଗେଟ ଆସିଥିଲା । ସେଥିରୁ ୧୫ ଶହ କୁଇଁଣ୍ଟାଲ ଧାନ କିଣା ଯାଇଥିଲା । ସମିତି ହାତରେ ବଳକା ୮ ଶହ କୁଇଁଣ୍ଟାଲ ଟାର୍ଗେଟ ରହିଥିଲା । ପରେ ୨ ଶହ ଟାର୍ଗେଟ ଆସିଥିଲେ ମଧ୍ୟ ଫେବୃଆରୀ ୧୦ ଓ ୧୨ରେ ଟୋକନ୍ ଥିବା ଚାଷୀଙ୍କ ଠାରୁ ଧାନ କିଣା ଯାଇନଥିଲା । ଫଳରେ ଏହି ୨ ଦିନର ଟୋକନ୍ ଲାପ୍ସ କରିଯାଇଥିଲା । ଏଥିନେଇ ଚାଷୀ ମାନେ ଉତ୍ତ୍ୟକ୍ତ ହୋଇ ସମିତିରେ ତାଲା ପକାଇ ଦେଇଥିଲେ । ପରେ ଫେବୃଆରୀ ୧୫ରେ ଟୋକନ୍ ଥିବା ଚାଷୀ ମାନଙ୍କୁ ବଳକା ଓ ଆସିଥିବା ୨ ଶହ ଟାର୍ଗେଟକୁ ମିଶାଇ ଭାଗ କରି ଆଖି ସ୍କାନ୍ କରାଯାଇଥିବା ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ