ଆଇଏନ୍ଏସ୍ ଚିଲିକା ପକ୍ଷରୁ “ଫ୍ରିଡମ ରନ୍” ଆୟୋଜିତ
ପାରାଦ୍ୱୀପ (ପୀତବାସ ପ୍ରଧାନ): ଦେଶ ସ୍ୱାଧିନତାର ଐତିହାସିକ ୭୫ବର୍ଷ ପୁର୍ତ୍ତୀ ଉପଲକ୍ଷେ ଆଇଏନ୍ଏସ୍ ଚିଲିକା ପକ୍ଷରୁ ନିଜସ୍ୱ କ୍ୟାମ୍ପସ ପରିସରରେ ଏକ ୭ କିଲୋମିଟର ଗଣ ଦୌଡ “ଫ୍ରିଡମ ରନ୍” ଆୟୋଜିତ ହୋଇଯାଇଛି । ଏଥିରେ ଷ୍ଟେସନର ଅଧିବାସୀ ମାନେ ବହୁ ସଂଖ୍ୟାରେ ଅଂଶ ଗ୍ରହଣ କରିଥିଲେ । ଏହି ୭ କିଲୋମିଟର ଦୌଡକୁ ଆଇଏନ୍ଏସ୍ ଚିଲିକାର କମାଣ ଅଧିକାରୀ କମାଣ୍ଡର ଏନ୍.ପି. ପ୍ରଦୀପ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ବୋଲି ଆଇଏନ୍ଏସ୍ ଚିଲିକା ଲୋକସମ୍ପର୍କ ବିଭାଗ ପକ୍ଷରୁ ଏକ ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ ।


