ନିର୍ଭୁଲ ଓ ସଠିକ ଜନଗଣନା ପାଇଁ ପଦକ ଓ ପ୍ରମାଣ ପତ୍ର ପ୍ରଦାନ

ପାରାଦ୍ୱୀପ (ପୀତବାସ ପ୍ରଧାନ): ଜଗତସିଂହପୁର ଜିଲ୍ଲାରେ ୨୦୧୧ ଜନଗଣନା କାର୍ଯ୍ୟରେ ନିର୍ଭୁଲ ଓ ସଠିକ୍ ଭାବେ କାର୍ଯ୍ୟ କରିଥିବା ଅଧିକାରୀ ଓ କର୍ମଚାରୀ ମାନଙ୍କୁ ଜିଲ୍ଲାପାଳ ସଂଗ୍ରମା କେଶରୀ ମହାପାତ୍ର ପ୍ରଶଂସା କରିବା ସହ ପଦକ ପ୍ରଦାନ କରିଛନ୍ତି । ଗୁରୁବାର ଦିନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହଠାରେ ଜନଗଣନାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ୯ ଜଣ ପରିଗଣନାକାରୀ ଏବଂ ୨ଜଣ ପର୍ଯ୍ୟବେକ୍ଷକକାରୀଙ୍କୁ ଭାରତୀୟ ଜନଗଣନା ନିର୍ଦ୍ଦେଶାଳୟ ପକ୍ଷରୁ ପ୍ରଦତ ପ୍ରମାଣ ପତ୍ର, ରୌପ୍ୟ ଓ ବ୍ରୋଞ୍ଜ ପଦକ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଜିଲ୍ଲାପାଳ ତଥା ଜିଲ୍ଳା ଜନଗଣନା ଅଧିକାରୀ ସଚ୍ଚିଦାନନ୍ଦ ସାହୁ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଏହି ଅବସରରେ ଜିଲ୍ଲା ଉପ ଜନଗଣନା ଅଧିକାରୀ ସନ୍ତୋଷ କୁମାର ସାହୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ବରିଷ୍ଠ ରାଜସ୍ୱ ସହାୟକ ସମ୍ରାଟ କିଶୋର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ