ଅପରବସଷ୍ଟାଣ୍ଡରେ ମୋ ଖତ ବିକ୍ରୟ କେନ୍ଦ୍ର ଉଦଘାଟନ କଲେ ବିଧାୟକ
ଛତ୍ରପୁର (ଦେବଦତ୍ତ ମହାରଣା) : ଛତ୍ରପୁର ଏନଏସି ପକ୍ଷରୁ ପରିବେଶ ସୁରକ୍ଷା ଓ ସ୍ୱଚ୍ଛତା ରୋକିବା ନିମନ୍ତେ ଛତ୍ରପୁର ଅଂଚଳର ମହାବୀର ନଗର ଓ ବିନୋଦବିହାରୀ ଠାରେ ଦୁଇଟି ମାଇକ୍ରୋ କମ୍ପୋଷ୍ଟିଙ୍କ ସେଣ୍ଟର ଛତ୍ରପୁର ଏନଏସି ପକ୍ଷରୁ କରାଯାଇ ଜୈବ ଖତ ପ୍ରସ୍ତୁତ କରାଯାଉଛି । ଲୋକଙ୍କ ସୁବିଧା କୁ ଦୃଷ୍ଠିରେ ରଖି ଏହି ଖତ ସୁଲଭ ଦରରେ ବିକ୍ରି କରିବା ନିମନ୍ତେ ଦୁଇଟି ଏସଏଚଜି ଗ୍ରୁପ୍ କୁ ସାମିଲ୍ କରାଯାଇଛି । ଏହି କ୍ରମେ ଆଜି ସ୍ଥାନୀୟ ଅପରବସଷ୍ଟାଣ୍ଡ୍ ଠାରେ ମୋ ଖତ ବିକ୍ରୟ କେନ୍ଦ୍ରର ଉଦଘାଟନ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ଦ୍ୱାରା କରାଯିବା ସହ ନିଜେ ଖତ କିଣି ଏହାର ଶୁଭାରମ୍ଭ କରିଥିଲେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏନ୍. ଗଣେଶ ବାବୁ, କୃଷ୍ଣ ପ୍ରସାଦ ମହାପାତ୍ର, ଯୁଗଳ କିଶୋର ଦାସ, ପୂର୍ବତନ କାଉନସିଲର ବି. ରାଜି ବାବୁ, ସନମୁଖ୍ ପଟ୍ଟନାୟକ, ଅଟଳ ବିହାରୀ ପଟ୍ଟନାୟକଙ୍କ ସମେତ ଛତ୍ରପୁରର ବହୁ ବୁଦ୍ଧିଜୀବୀ ଓ ଗଣମାଧ୍ୟମରେ ପ୍ରତିନିଧିମାନେ ଉପସ୍ଥିତଥିଲେ । ମା’ ଆଦିଶକ୍ତି ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଓ ମା’ ଠାକୁରାଣୀ ମହିଳା ସ୍ୱୟଂସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା ମାନେ ଏହି କେନ୍ଦ୍ର ଦାୟତ୍ୱ ନେଇଛନ୍ତି ।


