ଆନ୍ତର୍ଜାତିକ ସମ୍ମିଳନୀରେ ସମ୍ମାନିତ ହେବେ ଓଡ଼ିଶାର ପୂର୍ବତନ ବିଧାୟକ

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍):ଗୋଆ ମୁକ୍ତି ସଂଗ୍ରାମର ପ୍ରମୁଖ ବିନ୍ଧାଣୀ ଡ. ରାମ ମନୋହର ଲୋହିଆଙ୍କ ସ୍ମୃତିରେ ଗଠିତ ହୋଇଥିବା ସର୍ବଭାରତୀୟ ସଂଗଠନ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନ ପକ୍ଷରୁ ଗୋଆ ମୁକ୍ତି ସଂଗ୍ରାମର ୭୫ତମ ବାର୍ଷିକୀ ଉପଲକ୍ଷେ ଏକ ଆନ୍ତର୍ଜାତିକ ସମ୍ମିଳନୀ ଆୟୋଜିତ ହେଉଛି । ଗୋଆର ମାଡ଼ଗାଓଁଠାରେ ଆସନ୍ତା ଜୁନ୍ ୧୮ ଓ ୧୯ ତାରିଖ ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀରେ ଭାରତ ସମେତ ନେପାଳ ଓ ବାଲାଂଦେଶର ବହୁ ବରିଷ୍ଠ ସମାଜବାଦୀ ନେତା ଯୋଗଦେବେ ଏବଂ ଗୋଆ ମୁକ୍ତି ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିବା ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ସମ୍ବର୍ଦ୍ଧିତ କରାଯିବ । ଯେଉଁ ସଂଗ୍ରାମୀମାନେ ପରଲୋକ ଗମନ କରିଛନ୍ତି ସେମାନଙ୍କ ଉତ୍ତରାଧିକାରୀମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ସ୍ଥିରୀକୃତ ହୋଇଛି । ଏହି ମହାସମାରୋହରେ ଓଡ଼ିଶାର ପୂର୍ବତନ ସମାଜବାଦୀ ନେତା ଓ ବିଧାୟକ ସ୍ୱର୍ଗତ ନାରଣ ସାହୁଙ୍କୁ ମରଣୋତ୍ତର ସମ୍ମାନ ପ୍ରଦାନ କରାଯିବ ବୋଲି ନୂଆଦିଲ୍ଲୀସ୍ଥିତ ଲୋହିଆ ରିସର୍ଚ୍ଚ ଫାଉଣ୍ଡେସନର ଅଧ୍ୟକ୍ଷ ତଥା ବରିଷ୍ଠ ସାମ୍ବାଦିକ ଅଭିଷେକ ରଞ୍ଜନ ସିଂ ଆଜି ଲୋହିଆ ଏକାଡ଼େମୀରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ସ୍ୱର୍ଗତ ସାହୁ ଲୋହିଆଙ୍କ ଘନିଷ୍ଠ ସହଯାଗୀ ଭାବେ ଗୋଆ ମୁକ୍ତି ସଂଗ୍ରାମରେ ଅଂଶଗ୍ରହଣ କରି ପୋଲିସ ଦ୍ୱାରା ନିର୍ଯ୍ୟାତିତ ହୋଇଥିଲେ ଏବଂ ଗିରଫ ହୋଇଥିଲେ । ଏହି ସମାରୋହରେ ଇଂରାଜୀ ଓ ଓଡ଼ିଆ ଭାଷାରେ ତିନୋଟି ପୁସ୍ତକ ମଧ୍ୟ ଉନ୍ମୋଚିତ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଲୋହିଆ ଏକାଡ଼େମୀର ସମ୍ପାଦକ ଦେବ ପ୍ରସାଦ ରାୟ ମହାପାତ୍ର ପ୍ରକାଶ କରିଥିବା ବେଳେ ଓଡ଼ିଶାରୁ ୫୦ରୁ ଉର୍ଦ୍ଧ୍ୱ ବିଶିଷ୍ଟ ବ୍ୟକ୍ତି ଏହି ସମାରୋହରେ ସାମିଲ ହେବେ ବୋଲି ବରିଷ୍ଠ କର୍ମକର୍ତ୍ତା ପ୍ରଭାସ ସାମନ୍ତରାୟ ପ୍ରକାଶ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ