ଅବକାରୀ ବିଭାଗ ଦ୍ୱାରା ଗଂଗଦାହାଟ ନିକଟରୁ ଚୋରା ମଦ ଜବତ 

ନାଉଗାଁ,(ଯୁଗାବ୍ଦ ନ୍ୟୁଜ) : ନାଉଗାଁ ଥାନା ଅନ୍ତର୍ଗତ ଗଙ୍ଗଦାହାଟ ନିକଟସ୍ଥ ଗୋବରୀକୁଳ ଗ୍ରାମର ଜୈନିକ ଚୋରା ମଦ ବେପାରୀଙ୍କ ଘରେ ଜଗତସିଂହପୁର ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ଦେଶୀ ଓ ବିଦେଶୀ ଚୋରା ମଦ ଜବତ କରାଯାଇଛି । ଚୋରା ମଦ ଗଚ୍ଛିତ ରଖିଥିବା ଡେରିକି ଗ୍ରାମର ରାମଚନ୍ଦ୍ର ଦାସଙ୍କୁ ଗିରଫ କରାଯାଇଛି । ଜଗତସିଂହପୁର ଅବକାରୀ ନିରୀକ୍ଷକ ପ୍ରତାପ କୁମାର ଦାଶଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଥିଲା । ଚଢାଉ ସମୟରେ ୭୦ ଲିଟର ଦେଶୀ ମଦ, ୩୯ ଲିଟର ବିୟର, ୬.୪୮୦ ଲିଟର ବିଦେଶୀ ମଦ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ୪୫ ହଜାର ଟଙ୍କା ହେବ ବୋଲି ଜଗତସିଂହପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ