ବାଙ୍ଗୋର ପ୍ରାଣୀ ସହାୟକ କେନ୍ଦ୍ରରେ କର୍ମଚାରୀ ନିଯୁକ୍ତି ଦାବି

ହାଟଡିହି, (ବିକାଶ ବିଶ୍ୱାଳ ) : ବାଙ୍ଗୋର ଠାରେ ଥିବା ପଶୁ ଚିକିତ୍ସାକେନ୍ଦ୍ରରେ କର୍ମଚାରୀ ନିଯୁକ୍ତି ଦେବାକୁ ଦାବି ହେଉଛି । ଏଠାରେ ଥିବା ପ୍ରାଣୀସହାୟକ କାର୍ଯ୍ୟାଳୟରେ ଜଣେ ମାତ୍ର ପ୍ରାଣୀଧନ ନିରିକ୍ଷକ କାର୍ଯ୍ୟ କରୁଥିବାବେଳେ ସେ ବାଙ୍ଗୋର ସମେତ ପଢ଼ିଆରିପଲ୍ଲୀ ପ୍ରାଣୀସହାୟକ କେନ୍ଦ୍ରର ଦାୟିତ୍ୱରେ ଅଛନ୍ତି । ଫଳରେ ପଢ଼ିଆରିପଲ୍ଲୀ, ବାଙ୍ଗୋର, କେ ବାଲିପାଳ, ହଦଗଡ, ଧନୁର୍ଜୟପୁର ଭଳି ୫ଟି ପଞ୍ଚାୟତର ଦାୟିତ୍ୱ ଏକା ବୁଝୁଛନ୍ତି । ଫଳରେ ୫ଟି ପଞ୍ଚାୟତ ଆଦିବାସୀ ବହୁଳ ପଞ୍ଚାୟତ ହୋଇଥିବାବେଳେ ଗମନା ଗମନ କ୍ଷେତ୍ରରେ ବହୁ ଅସୁବିଧା ଭୋଗ କରିବାକୁ ପଡୁଛି । ପ୍ରାଣୀଧନ ନିରିକ୍ଷକ ଜଣକ ବାଙ୍ଗୋରରେ ରହୁଥିବାବେଳେ ନିୟମିତ ଗାଁ ଗାଁ ବୁଲି ଟୀକାକରଣ କାର୍ଯ୍ୟ କରିବା ସୁବିଧା ଜନକ ହେଉ ନାହିଁିଁ । ଅଧିକାଶଂ ସମୟରେ ଗାଁ ଗାଁ ବୁଲି ଟୀକାକରଣ କାର୍ଯ୍ୟ କରୁଥିବାରୁ ଲୋକମାନେ ପ୍ରାଣୀଧନ ନିରିକ୍ଷକ ଆସୁନଥିବା ଭଳି ଭ୍ରମ ସୃଷ୍ଟି ହେଉଛି । ଯାହାଦ୍ୱାରା ଲୋକମାନେ ସେମାନଙ୍କ ପଶୁପକ୍ଷୀଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରକୁ ଆସି ଫେରୁଛନ୍ତି । ଏଣୁ ଏଠାରେ ଅଧିକା କର୍ମଚାରୀ ନିଯୁକ୍ତି ଦେବାକୁ କେନ୍ଦୁଝର ଜିଲ୍ଲା ପ୍ରାଣୀଚିକିତ୍ସା ଅଧିକାରୀଙ୍କ ନିକଟରେ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ