କୋଭିଡ ଡ୍ୟୁଟି କରିଥିବା ସିସିଏଚ ଏ.ଏନ.ଏମ.ଙ୍କୁ ବକେୟା ଦରମା ପ୍ରଦାନ ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କୋଭିଡ -୧୯ ସମୟରେ ଗତ ୨୦୨୦ମସିହା ନଭେମ୍ବର ଓ ଡିସେମ୍ବରମାସରେ ଡ୍ୟୁଟି କରିଥିବା ସିସିଏଚ ଏ.ଏନ.ଏମ.ମାନଙ୍କୁ ୨ମାସର ଦରମା ପ୍ରଦାନ କରାଯାଇନାହିଁ । ଫଳରେ ସେମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏସମ୍ପର୍କରେ ସେମାନେ ପୂର୍ବରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଓ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେବି ଅଦ୍ୟାବଧି କୈାଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ । ତେଣୁ ସେମାନଙ୍କ ସମସ୍ୟାକୁ ବିଚାର କରାଯାଇ ତୁରନ୍ତ ବକେୟା ଦରମା ପ୍ରଦାନ କରାଯିବାକୁ ବବିତା ନାୟକ, ରାଜଲକ୍ଷ୍ମୀ ସେଠୀ, ନିହାରୀକା ନାୟକ, ଭାନୁପ୍ରୀୟା ସ୍ୱାଇଁ, ପ୍ରତିମା ବାରିକ, ମମତା ସ୍ୱାଇଁ ପ୍ରମୁଖ ଜିଲ୍ଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି ।