ଜିଲା ସ୍ତରୀୟ ଥ୍ରୋବଲ୍ ପ୍ରତିଯୋଗିତା
ବନ୍ତ,(ଯୁଗାବ୍ଦ ନ୍ୟୁଜ୍): ବନ୍ତ ବ୍ଲକ ପଧାନପଡା ପଞ୍ଚାୟତ ହାଇସ୍କୁଲ ପରିସରରେ ଜିଲା ସ୍ତରୀୟ ଥ୍ରୋବଲ୍ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ସେକ୍ ୟାକତ୍ ଅଲ୍ଲୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜିଲା କ୍ରୀଡା ପ୍ରଶିକ୍ଷକ ଶ୍ୟାମ ସୁନ୍ଦର ମହାରାଜ, ମୁଖ୍ୟ ବକ୍ତା ଭାବେ ବନ୍ତ ଜୋନ୍ କ୍ରୀଡା ସମ୍ପାଦକ କିଶୋର ଚନ୍ଦ୍ର ଦାଶ, ସମ୍ମାନୀତ ଅତିଥି ଭାବେ ଜିଲା ଶାରିରୀକ ପ୍ରଶିକ୍ଷକ ଗଜେନ୍ଦ୍ର ଭାରତୀ, ହାଇସ୍କୁଲର ପ୍ରାକ୍ତନ ସଭାପତି ସେକ୍ ଜଲାଲଉଦ୍ଦୀନ, ରମେଶ ଚନ୍ଦ୍ର ଚୌଧୁରୀ, ହେମନ୍ତ କୁମାର ଜେନା ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ । ଶୁଭେନ୍ଦୁ ଶେଖର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟରୁ ୫୯ ଜଣ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨ ଜଣ ପ୍ରତିଯୋଗି ରାଜ୍ୟ ସ୍ତରକୁ ମନୋନୀତ ହୋଇଛନ୍ତି । ଉକ୍ତ କ୍ରୀଡାକୁ ଜଗନ୍ନାଥ ଦ୍ୱିବେଦୀ, ବିଜୟଲକ୍ଷ୍ମୀ ମଲ୍ଳିକ, ଚିତ୍ରାବତୀ ବେହେରା ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟରେ ହେମନ୍ତ ପରିଡା, ରମାକାନ୍ତ ଜେନା, ଜାହାରୁଦ୍ଦିନ୍ ସାହାଜୀ, ଅରୁଣ ବାରିକ, ପ୍ରଫୁଲ୍ଲ ଜେନା, ସେକ୍ ସାବିର୍, ସେକ୍ ରିହାଜ୍, ଶରତ ସାହୁ, ସୁନୀଲ ସାହୁ, ବୁଦ୍ଧିରାମ ସାହୁ, ସେକ୍ ଆଝାରୁଦ୍ଦିନ୍ ସହାୟତା କରିଥିଲେ ।


