ପ୍ରେମ

ବିନା ପରିଭାଷାରେ ଏକ ବହୁ ଚର୍ଚ୍ଚିତ ଶବ୍ଦ । ଏହା ଜ୍ଞାନ,ପରମ ଭାବନା ଓ ଏକ ଭଗବତ ଶକ୍ତି,ମନୁଷ୍ୟକୁ ଇଶ୍ୱରଙ୍କ ଦାନ । ଏହା ଭୟଶୂନ୍ୟ ଓ ସମ୍ପୂର୍ଣ୍ଣ ସମର୍ପଣ । ବିସର୍ଜନ ଓ ବିଲୟ ପାଇଁ ପ୍ରେମ ସର୍ବଦା ତତ୍ପର । ଏହାର ସୌନ୍ଦର୍ଯ୍ୟ ,ଆକର୍ଷଣ, ଆନନ୍ଦ, ସ୍ପନ୍ଦନ ଓ ମହକ ସମସ୍ତଙ୍କୁ କରେ ଆକର୍ଷିତ । ପ୍ରେମ ଯୋଗୁଁ ତ ହିଁ ସମ୍ବନ୍ଧ ବିଚ୍ୟୁତ ହେଲେ ଘଟେ ବିଧ୍ୱଂସନ ଘଟଣା ପ୍ରକୃତିରୁ କରେ ସମୃଦ୍ଧ,ମନମୋହିତ ଓ ଶୃଙ୍ଖଳିତ । ବିକଳ୍ପରେ ପ୍ରକଟ ହୁଏ ଭିନ୍ନରୂପ । କେତେବେଳେ ପ୍ରେମ,ଆଶକ୍ତି,ଭକ୍ତି ତ କେତେବେଳେ ପ୍ରାଥର୍ନା,ପୁଣି ଗୀତ ବା କବିତା । ଏହା ଯୋଗୁଁ ତ ପାରିବାରିକ ସମାଜିକ ବନ୍ଧନ,ବଂଶବୃଦ୍ଧି ଓ ପରମେଶ୍ୱର ପ୍ରାପ୍ତି । ପ୍ରେମର ସ୍ୱରୂପ ସତ୍ୟମ ଶିବମ ସୁନ୍ଦରମ –ଏହାତ ଦେବାର ନାମ । ନିଜର ପ୍ରସନ୍ନତାକୁ ଅନ୍ୟର ପ୍ରସନ୍ନତାରେ ଲୀନ କରିଦେବାର ନାମ । ସୃଜନ ଓ ସ୍ୱର୍ଗୀୟ ସୁଖ । ପ୍ରେମ ରୂପକ ସକରାମ୍କକ ଭାବନା ଯେତେବେଳେ ଦିବ୍ୟତା ଧାରଣ କରେ ତାହା ହୁଏ ଶ୍ରଦ୍ଧା । ଅହଙ୍କାର ବିଚ୍ୟୁତି ଏହି ଭାବନାର ନାମ ଭକ୍ତି ଓ ସମର୍ପଣ । ଏଥିରେ ଶୂନ୍ୟତା ଆସିଲେ ଅନୁଭୁତ ହୁଏ ପରମାତ୍ମା ଙ୍କ ଉପସ୍ଥିତି । ପରିଶେଷରେ ଏଥିରୁ ପ୍ରତୀୟମାନ ହୁଏ ଯେ ପ୍ରେମ ହିଁ ସମାଧି ଓ କୈବଲ୍ୟ ।

ସରିତା ପଣ୍ଡା
ନ୍ନ୍ଂ-୮୯୧୭୨୨୨୦୧୪/୯୭୭୮୩୯୫୫୨୫
saritapanda71@gmail.com

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ