ବିଜୁ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ : ଦ୍ୱିତୀୟ ଦିବସ ରେ କିଶୋର କ୍ଲବ, ସୋନପୁର ଦଳ ଓ କଟକ ଦଳ ବିଜୟୀ

ଛତ୍ରପୁର (ଦେବଦତ୍ତ ମହାରଣା): ପ୍ରବାଦ ପୁରୁଷ ବିଜୁ ପଟନାୟକଙ୍କ ଜନ୍ମ ଶତ ବାର୍ଷିକୀ ପାଳନ ଅବସରରେ ଛତ୍ରପୁର ଠାରେ ଜିଲ୍ଲା ପ୍ରଶାସନ ର ସହ ଯୋଗ ରେ ବିଜୁ ସ୍ମାରକୀ ଓ ୟୁରୋ ସ୍କୁଲ ର ମିଳିତ ଆନୁକୁଲ୍ୟରେ ରାଜ୍ୟ ସ୍ତରୀୟ ବିଜୁ ସ୍ମାରକୀ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ସ୍ଥାନୀୟ ପୋଲିସ୍ ପଡିଆ ଠାରେ ବୁଧବାର ଠାରୁ ଆରମ୍ଭ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ୨୭ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ । ଗୁରୁବାର ତଥା ଟୂର୍ଣ୍ଣାମେଣ୍ଟର ଦ୍ୱିତୀୟ ଦିବସ ର ପ୍ରଥମ ମ୍ୟାଚ୍ ଭୂବନେଶ୍ୱରର କିଶୋର କ୍ଲବ ସହ ଭଂଜନଗର ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୩-୨ ଗୋଲ ରେ ଭୂବନେଶ୍ୱର କିଶୋର କ୍ଲବ ବିଜୟୀ ହୋଇଥିବା ବେଳେ ଦ୍ୱିତୀୟ ମ୍ୟାଚ ସୋନପୁର ଦଳ ସହ କନ୍ଧମାଳ ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୩-୧ ଗୋଲ ରେ ସୋନପୁର ଦଳ ବିଜୟୀ ହାସଲ କରିଥିଲେ । ତୃତୀୟ ମ୍ୟାଚ କଟକ ଦଳ ସହ ସମ୍ବଲପୁର ଦଳ ମଧ୍ୟରେ ମୁକାବିଲା ହୋଇଥିଲା । ଏଥିରେ ୩-୧ କଟକ କଟକ ଦଳ ବିଜୟୀ ହୋଇଛନ୍ତି ।
ବିଜୁ ସ୍ମାରକୀ କମିଟିର କାର୍ଯ୍ୟକାରୀ ସଭାପତି ପ୍ରଫୁଲ୍ଲ କୁମାର ପଟ୍ଟନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଦ୍ୱିତୀୟ ଦିବସର ପ୍ରଥମ ମ୍ୟାଚରେ ଗଞ୍ଜାମ ପୋଲିସ ଜିଲ୍ଲାର ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର ଓ ପୂର୍ତ୍ତବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଟି. ଲୋକେସ ଅତିଥୀ ଭାବେ ଯୋଗଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ଦ୍‌ିତୀୟ ମ୍ୟାଚ ର ଅତିଥି ଭାବେ ରାଜ୍ୟ କୃଷି ବିପଣନ ନିଗମ ର ଉପଦେଷ୍ଟା ରାମଚନ୍ଦ୍‌ର ପଣ୍ଡା, କ୍ରୀଡାବତ୍ ଶତ୍ରୁଘନ ନାୟକ, ଛତ୍ରପୁର ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ର ଅଧ୍ୟକ୍ଷ କିଶୋର ବେହେରା, ମହିଳା ଡିଗ୍ରୀ କଲେଜର ଅଧ୍ୟକ୍ଷା ଡଃ ସୁମିତ୍ରା ମିଶ୍ର ଓ ପ୍ରତିଭା ଆବାସିକ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିନ୍ମୟ କୁମାର ଦାସ ଯୋଗ ଦେଇଥିଲେ । ସେହିପରି ତୃତୀୟ ମ୍ୟାଚ ର ଅତିଥି ଭାବେ ଗଞ୍ଜାମ ପୋଲିସ୍ ଜିଲ୍ଲାର ଅତିରିକ୍ତ ଏସପି ଅଶୋକ କୁମାର ମହାନ୍ତି ଓ କ୍ରୀଡାବିତ୍ ଜେ.କାମେଶ୍ୱର ରାଓ ଯୋଗ ଦେଇ ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଜୁ ସ୍ମାରକୀ କମିଟିର ସାଧାରଣ ସମ୍ପାଦକ ପ୍ରଦୀପ କୁମାର ଦାସ, ଉପସଭାପତି ଟି. ଚନ୍ଦ୍ର ଶେଖର ରାଓ, ପୂର୍ଣ୍ଣ ଚନ୍ଦ୍ର ବେହେରା ଓ ନବୀନ ଚନ୍ଦ୍ର ବେହେରା, କୋଷାଧ୍ୟକ୍ଷ ବି.ରାଜିବାବୁ, ସାଙ୍ଗଠନିକ (ସାଧାରଣ) ସମ୍ପାଦକ ଡି. ଗଣେଷ ରାଓ, ସମାଜସେବୀ ଏ. ରାବଣାରାଓ, ବିଜେଡି ଯୁବନେତା ଅଟଳ ବିହାରୀ ପଟ୍ଟନାୟକ, ବାଦଲ କୁମାର ପାଣ୍ଡି, ସିମା ଗୌଡ, ଏ. ଭେଙ୍କଟ ରାଓ ଦୋରା,ଅଜୟ ପରିଡାଙ୍କ ସମେତ ବିଜୁ ସ୍ମାରକୀ କମିଟିର ସମସ୍ତ ସଦସ୍ୟ ଓ ବହୁ କ୍ରୀଡାବିତ୍ ମାନେ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନାରେ ସହ ଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ