କଲ୍ୟାଣି ପାଣି ପଂଚାୟତର ନିର୍ବାଚନ : ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ୩ ପ୍ରାର୍ଥୀ
ଛତ୍ରପୁର (ଦେବଦତ୍ତ ମହାରଣା): ପୋଟ୍ଟଲାମପୁର ଜଳସେଚନ କାର୍ଯ୍ୟାଳୟ ପରିସରରେ ଜୟମଙ୍ଗଳ ଜଳ ସେଚନ ପ୍ରକଳ୍ପ ଅଧିନରେ ତୁଲକେଶ୍ୱର ପାଣି ପଂଚାୟତ, କଲ୍ୟାଣି ପାଣି ପଂଚାୟତ, ଶମ୍ବେଶ୍ୱର ପାଣିପଂଚାୟତ, ମା ଠାକୁରାଣୀ ଓ ମା ତାରାତାରିଣୀ ପାଣି ପଂଚାୟତ ରହିଛି । ହିଞ୍ଜିଳିକାଟୁ ଜଳସେଚନ ଉପଖଣ୍ଡ ସହକାରୀ ନିର୍ବାହୀ ଯନ୍ତ୍ରୀ ସନ୍ତୋଷ କୁମାର ଚୈାଧୁରୀଙ୍କ ଅଧ୍ୟକ୍ଷତାରେ ପାଣି ପଂଚାୟତର ବିଭିନ୍ନ ପଦବୀ ନିମନ୍ତେ ନିର୍ବାଚନ ହୋଇଥିଲା । ସେଥି ମଧ୍ୟରୁ କଲ୍ୟାଣି ପଂଚାୟତ ନିର୍ବାଚନ ନିମନ୍ତେ ସଭାପତି,ସମ୍ପାଦକ ଏବଂ କୋଷାଧ୍ୟକ୍ଷ ପଦବୀ ପାଇଁ ଜଣେ ଲେଖାଁଏ ପାର୍ଥୀ ସେମାନଙ୍କ ପ୍ରାଥୀ ପତ୍ର ଦାଖଲ କରିଥିଲେ । ସେମାନଙ୍କୁ ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଛି । ସଭାପତି ଭାବେ ଯୁବନେତା ନାରାୟଣ ବେହେରା, ସଂପାଦକ ଭାବେ ମହେଶ୍ୱର ପ୍ରଧାନ ଏବଂ କୋଷାଧ୍ୟକ୍ଷ ଭାବେ ଅବନୀ ମହାପାତ୍ର ନିର୍ବାଚିତ ହୋଇଥିବା ବିଭଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ଘୋଷଣା କରିଛନ୍ତି । ଏହି ନିର୍ବାଚନରେ ପାଣି ପଂଚାୟତର ସମସ୍ତ ସଦସ୍ୟ ଓ ୩୩ଜଣ ଚକ ନେତା ଉପସ୍ଥିତ ଥିଲେ । ଏହି ଅବସରରେ ନବ ନିର୍ବାଚିତ ମାନଙ୍କୁ ବରଙ୍ଗ ଗ୍ରାମର ଯୁବନେତା ସପନ ନାହାକ, ବିଜୟ କୁମାର ଗୌଢ ଓ ସୁଶାନ୍ତ ପେଣ୍ଠେଇଙ୍କ ସମେତ ବହୁ ଜନସାଧାରଣ ଉପସ୍ଥିତ ରହି ପୁଷ୍ପଗୁଚ୍ଛ ପ୍ରଦାନ କରି ଶୁଭେଚ୍ଛା ଜଣାଇଛନ୍ତି ।


