ବିଗତ ଆର୍ଥିକ ବର୍ଷର ପଣ୍ୟ ପରିବହନ ରେକର୍ଡକୁ ଅତିକ୍ରମ କଲା ପାରାଦୀପ ବନ୍ଦର

ପାରାଦୀପ, (ପୀତବାସ ପ୍ରଧାନ):ପାରାଦୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଚଳିତ ଆର୍ଥିକ ବର୍ଷରେ ଆଉ ଏକ ନୂତନ କିର୍ତ୍ତୀମାନ ଦିଗରେ ଅଗ୍ରସର ହେଉଛି । ଗତ ୨୬ତାରିଖ ସୁଦ୍ଧା ବନ୍ଦର ୧୧୨.୬୮୯୩ ନିୟୁତ ମେଟ୍ରିକ୍ ଟନ୍ ପଣ୍ୟ କାରବାର କରିଛି । ଏହା ସହିତ ବିଗତ ୧୯/୨୦ ଆର୍ଥିକ ବର୍ଷରେ ଯେଉଁ ସର୍ବକାଳୀନ ୧୧୨.୬୮୯୦ ନିୟୁତ ମେଟ୍ରିକ୍ ଟନ୍ ରେକର୍ଡ ପ୍ରତିଷ୍ଠା କରିଥିଲା ତାକୁ ଅତିକ୍ରମ କରିଛି । ବିଶ୍ୱ ବ୍ୟାପି କୋଭିଡ୍ ଜନିତ ଆର୍ଥିକ ମାନ୍ଦାବସ୍ଥା ସତ୍ୱେ ବନ୍ଦର ଅଧ୍ୟକ୍ଷ ବିନୀତ କୁମାର ଙ୍କ ବଳିଷ୍ଠ ନେତୃତ୍ୱ ଓ ମାର୍ଗଦର୍ଶନରେ ବନ୍ଦର ଏହି ଐତିହାସିକ ସଫଳତା ହାସଲ କରିପାରିଛି । ଚଳିତ ଆର୍ଥିକ ବର୍ଷ ଶେଷ ହେବା ପାଇଁ ଆଉ ୫ଦିନ ବାକି ଥିଲାବେଳେ ବନ୍ଦର ପଣ୍ୟ କାରବାରରେ କେଉଁ ରେକର୍ଡ ପ୍ରତିଷ୍ଠା କରିବ ସେଥିପ୍ରତି ସମସ୍ତଙ୍କ ନଜର ରହିଛି । ସୂଚନାଯୋଗ୍ୟ ପାରାଦୀପ ବନ୍ଦର ପଣ୍ୟ କାରବାରରେ ୧.୩୨ ପ୍ରତିଶତରେ ଉଲେଖନୀୟ ଅଭିବୃଦ୍ଧି ବର୍ତ୍ତମାନ ସୁଦ୍ଧା ଅର୍ଜନ କରିପାରିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ