କଂସାର ପଂଚାୟତରେ ଏସ.ବି.ଆଇ.ଏଟିଏମ ସେବାର ଶୁଭାରମ୍ଭ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ କଂସାର ଗ୍ରାମପଂଚାୟତରେ ଏସ୍ବିଆଇର ଏଟିଏମ ସେବା ଶୁଭାରମ୍ଭ କରାଯାଇଛି । କଂସାର ପଂଚାୟତ କାର୍ଯ୍ୟାଳୟ ପରିସରରେ ସ୍ଥାପନ କରାଯାଇଥିବା ଭାରତୀୟ ଷ୍ଟେଟବ୍ୟାଙ୍କ ଏଟିଏମ ସେବାକେନ୍ଦ୍ରକୁ ପଂଚାୟତର ସରପଂଚ ପ୍ରଦ୍ୟୁମ୍ନ କୁମାର ଜେନା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦ୍ଘାଟନ କରିଛନ୍ତି । ସେହି ଉଦ୍ଘାଟନୀ ଉତ୍ସବରେ ଭାରତୀୟ ଷ୍ଟେଟବ୍ୟାଙ୍କର ପରିଚାଳକଙ୍କ ସମେତ ପଂଚାୟତର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।


