ଦୁର୍ଘଟଣାରେ ମହିଳାଙ୍କ ମୃତ୍ୟୁ
ରାଇରଙ୍ଗପୁର (ଅକ୍ଷୟ ବିଶ୍ୱାଳ): ମର୍ମନ୍ତୁଦ ସଡକ ଦୁର୍ଘଟଣା ୪୯ନମ୍ବର ଜାତୀୟ ରାଜପଥ ରରୁଆଁ ଥାନା ଅନ୍ତର୍ଗତ ସିଙ୍ଗଡ଼ା ପେଟ୍ରୋଲ ପମ୍ପ ନିକଟରେ ଦୁର୍ଘଟଣା। ଗତକାଲି ଅପରାହ୍ନ ୪ ଘଟିକା ସମୟରେ ସିଙ୍ଗଡା ସପ୍ତାହିକ ହାଟରୁ ନିଜ ଘର ସୁନାପୋଷି ଅଞ୍ଚଳର ବୋଲି କୁ ଯାଉଥିବା ବେଳେ ଟ୍ରକ ଚାପାରେ ମହିଳା ମୃତ୍ୟୁ ହୋଇଛି । ଟ୍ରକ ଟି ଦ୍ରୁତଗତିରେଆସି ମହିଳାଙ୍କ ଉପରେ ମାଡିଯାଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଘଟଣା ସ୍ଥଳରେ କିଛି ଲୋକ ଟ୍ରକକୁ ଦେଖି ଅଟକାଇବା ପାଇଁ ଚେଷ୍ଟା କରିଥିଲେ ବି ଦ୍ରୁତଗତିରେ କେନ୍ଦୁଝର ପଟକୁ ଚାଲିଯାଇଛି । ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଚାପା ଉତେଜନା ଦେଖା ଦେଇଥିଲା ବେଳେ ଉତ୍ତକ୍ତଲୋକେ ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କର କ୍ଷତିପୂରଣ ଦାବି କରିଛନ୍ତି ।ତେବେ ଘଟଣା ସ୍ଥଳରେ ରରୁଆଁ ପୋଲିସ ପହଞ୍ଚିଥିଲେ ତଦନ୍ତ ଆରମ୍ଭ କରିଥିଲେ ବି ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପରିଚୟ ମିଳି ପାରିନି ।


