ପରିକ୍ରମା ପକ୍ଷରୁ ବସନ୍ତ ମହୋତ୍ସବ ଆୟୋଜିତ

ରାଇର‌ଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ):ରାଇରଙ୍ଗପୁରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ପରିକ୍ରମା ତରଫରୁ ସ୍ଥାନୀୟ ପି.ସି .ଏମ. କଲ୍ୟାଣ ମଣ୍ଡପ ଠାରେ ଦୁଇ ଦିବସୀୟ ରଙ୍ଗ ରଙ୍ଗୋଲୀ ଉତ୍ସବ ତଥା ପ୍ରତିଭା ପୂଜା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିକ୍ରମାର ଆବାହକ ତଥା ବରିଷ୍ଠ ସାମ୍ବାଦିକ ମନୋଜ ଦାସଙ୍କ ନେତୃ‌ତ୍ୱରେ ଏବଂ ପରିକ୍ରମାର ସଂଯୋଜକ ରଞ୍ଜନ କୁମାର ନନ୍ଦଙ୍କ ସଂଯୋଜନା ରେ ଆୟୋଜିତ ଏହି ଉତ୍ସବର ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ , କଟକର ପବ୍ଲିକ୍ ରିଲେସନ୍ ଓ ସୋସିଆଲ୍ ଆଉଟ୍ ରିଚ୍ ବିଭାଗର ବିଭାଗୀୟ ମୁଖ୍ୟ ସୁଶ୍ରୀ ବିଜୟଲକ୍ଷ୍ମୀ ମହାନ୍ତି, ଧୀରଜଲାଲ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ହିମାଂଶୁଶେଖର ପଟ୍ଟନାୟକ,ପରିକ୍ରମାର ଉପଦେଷ୍ଟା ଶରତ ଦାସ,ଈଷାନ୍ ମିଶ୍ର , ସୁବାଷ ମଣ୍ଡଳ, ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ଵଳନ କରି ସଭାରେ ଉଦବୋଧନ ଦେଇଥିଲେ । ଅପରାହ୍ନରେ “ଫଗୁଣର ଫଗୁ- କବିତା ଆସର “ଅନୁଷ୍ଠିତ ହୋଇଥିଲା ।ଏଥିରେ ଅତିଥି ଭାବେ ଇଣ୍ଡିଆନ୍ ଜର୍ନାଲିଷ୍ଟ ଫେଡେରସନର ରାଷ୍ଟ୍ରୀୟ ଅଧ୍ୟକ୍ଷ ବିମଳକୃଷ ଥମ୍ବ ଓ ଶିକ୍ଷାବିତ ଦିଲ୍ଲୀପ ମହାନ୍ତି ଉପସ୍ଥିତ ଥିଲେ । ସାରସ୍ୱତ ସାଧକ ରଞ୍ଜନ କୁମାର ନନ୍ଦ ଓ ଡଃ ଦିଗମ୍ବର ଗିରିଙ୍କ ‌ଦ୍ୱାରା ସଂଯୋଜିତ ଏହି ଆସରରେ ବହୁ କବି ଓ କବୟତ୍ରୀ ‌ସ୍ୱରଚିତ କବିତା ପାଠ କରିଥିଲେ ।ପରେ ପରେ ପ୍ରସିଦ୍ଧ କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର ଙ୍କ ସୁପରିଚାଳନାରେ ଖୋଲା ମଞ୍ଚ କୁଇଜ୍ କାର୍ଯ୍ୟକ୍ରମ ଆୟୋଜିତହୋଇଥିଲା । ଉଦଘାଟନୀ ଉତ୍ସବରେ ବିଶିଷ୍ଟ କଣ୍ଠଶିଳ୍ପୀ ଶକ୍ତି ମିଶ୍ରଙ୍କୁ ପ୍ରଥିତଯଶା ଗୀତିକବି ଜିତେନ୍ଦ୍ର ପଟ୍ଟନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲାବେଳେ ରାଇରଙ୍ଗପୁର ମ୍ଯୁନିସିପାଲିଟିର ବିଭିନ୍ନ ବିଦ୍ୟାଳୟର ଶ୍ରେଷ୍ଠ ପାଞ୍ଚ ଜଣ ଛାତ୍ର/ଛାତ୍ରୀ ସତ୍ଯଜିତ୍ ମହାନ୍ତ,ସୁମି ବାରିକ,ଶାନ୍ତିଲତା ମାଝୀ ,ମମିତା ଲୋହାର ଓ ଦୀପା ବେହେରା ଙ୍କୁ ଶିକ୍ଷାବିତ୍ ଶିବଚରଣ ମହାପାତ୍ର ସ୍ମୃତି ପୁରସ୍କାର ବିତରଣ କରାଯାଇଥିଲା । ସଭା ପରେ ଭୂବନେଶ୍ବରର  ରିୟଲ୍ ଟ୍ଯୁନ ଫ୍ଯୁଜନ୍ ବ୍ଯାଣ୍ଡ ମେଲୋଡି ର କଳାକାର ମାନଙ୍କ ଦ୍ବାରା ସଙ୍ଗୀତ ଭରା ମେଲୋଡି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।ଏଥିରେ ପ୍ରସିଦ୍ଧ ଗାୟକ ଶକ୍ତି ମିଶ୍ର, ବବି ରାଜ୍ , ଭାଗ୍ଯଶ୍ରୀ ମହାନ୍ତି, ପ୍ରକାଶ ପାତ୍ର ପ୍ରମୁଖ କଣ୍ଠ ଦାନ କରିଥିଲେ । ଦ୍ବିତୀୟ ଦିବସ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବହଡାଗୋଡା ବିଧାୟକ ସମୀର କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ଗୀତିକବି ଇଂ ରାଧାଶ୍ଯାମ ପାତ୍ର,ପରିକ୍ରମା ର ଉପଦେଷ୍ଟା ଶରତ ଦାସ, ପ୍ରକାଶ ଚନ୍ଦ୍ର ପାତ୍ର ପ୍ରମୁଖ ଯୋଗଦେଇ ।ଆବାହକ ମନୋଜ ଦାସଙ୍କ ସ୍ବାଗତ ଭାଷଣ ପରେ ଅତିଥି ମାନେ ନିଜ ନିଜ ବକ୍ତବ୍ୟ ମାଧ୍ୟମର ପରିକ୍ରମା ର ପ୍ରୟାସକୁ ପ୍ରଶଂସା କରିବା ସହ ସମାଜରେ ଶାନ୍ତି, ମୈତ୍ରୀ ଓ ଭାଇଚାରାର ଭାବ ବଜାୟ ରଖିବା ପାଇଁ ଆହ୍ୱାନ ଦେଇଥିଲେ । ସଂଯୋଜକ ରଞ୍ଜନ କୁମାର ନନ୍ଦ ଉଦଯାପନୀ ଉତ୍ସବର ସଂଯୋଜନା କରିଥିଲେ ।ଏହି ଅବସରରେ ପରିକ୍ରମା ପକ୍ଷରୁ ବିଶିଷ୍ଟ ମଞ୍ଚ ସଙ୍ଗୀତଜ୍ଞ ପ୍ରଭାସ ବୋଷଙ୍କୁ ପରିକ୍ରମା ସ୍ୱତନ୍ତ୍ର ସମ୍ମାନ,ସଙ୍ଗୀତ ନିର୍ଦେଶକ ଓ ଲୋକ ସଂଗୀତ କଣ୍ଠ ଶିଳ୍ପୀ ସୁବାସ ଚନ୍ଦ୍ର ରାମଙ୍କୁ ଝୁମର ବିଷାରଦ ଗିରୀଶ ଚନ୍ଦ୍ର ମହାନ୍ତ ସ୍ମୃତି ସମ୍ମାନ ,ବିଶିଷ୍ଟ ଶିକ୍ଷାବିତ ତଥା ସାରସ୍ଵତ ସାଧକ ଦିଗମ୍ବର ଗିରିଙ୍କୁ ଶିକ୍ଷାବିତ ଅନନ୍ତ ମିଶ୍ର ସ୍ମୃତି ସମ୍ମାନ ,,ପ୍ରକୃତିବନ୍ଧୁ ଅଶୋକ କୁମାର ମହାନ୍ତଙ୍କୁ ସାମ୍ବାଦିକ ତଥା ପରିବେଶବିତ୍ ଅମରେନ୍ଦ୍ରଲାଲ୍ ବୋଷ ସ୍ମୃତି ସମ୍ମାନ,ବଲିଉଡ଼ ଆକ୍ସନ ମାଷ୍ଟର ଫିଟନେସ ଟ୍ରେନର , ଅଭିନେତା ରାମ ସିର୍କା ଓ ସରପଞ୍ଚ ତଥା ସମାଜସେବୀ ମିନୁ ଚାତାରଙ୍କୁ ପରିକ୍ରମା ସ୍ୱତନ୍ତ୍ର ସମ୍ମାନ, ସହିଦ ନାଏବ ସୁବେଦାର ନୁଦୁରାମ ସୋରେନଙ୍କୁ ମରଣୋତ୍ତର ମହାର୍ଘ୍ୟ ସମ୍ମାନ, ‌ସ୍ୱର୍ଗତ କମାଣ୍ଡାଣ୍ଟ ଡ଼ଃ ଫାଗୁରାମ ମରାଣ୍ଡିଙ୍କୁ ମୋରୋଣତ୍ତର ମହାର୍ଘ୍ୟ ସମ୍ମାନ,ମାନ୍ୟବର ବିଧାୟକ ସମୀର କୁମାର ମହାନ୍ତିଙ୍କୁ ବିଛିନ୍ନାଞ୍ଚଳ ଗୌରବ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ସଭା ପରେ ପରେ ନୃତ୍ୟ ସଙ୍ଗୀତର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଓଡିଶୀ,ଗୋଟିପୁଅ,ପଲ୍ଲୀ ଓ ଆଧୁନିକ ନୃତ୍ୟ ଦର୍ଶକ ମାନଙ୍କର ମନମୋହି ଥିଲା । କାର୍ଯ୍ୟକ୍ରମ ପରିଚାଳନା ରେ ପରିକ୍ରମାର ସମସ୍ତ ସଦସ୍ୟ ସହଯୋଗ କରିଥିଲେ ଏବଂ ଶେଷରେ ଅଧ୍ୟାପକ ବିଜୟ କୁମାର ରାମ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ