ଚୋରାକାଠ ବୋଝେଇ ଟାଟା ଏସି ଗାଡି ଜବତ ,ଚାଳକ ଗିରଫ
ଦିଗପହଣ୍ଡି, (ୱାଇଏନ୍ଏସ୍ ): ଦିଗପହଣ୍ଡି ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂ କରୁଥିବା ସମୟରେ ବମକେଇ ଗ୍ରାମ ନିକଟସ୍ଥ ସାଗରପଲ୍ଲୀ ରାସ୍ତା ନିକଟରୁ ବୁଧବାର ଭୋର ରେ ଏକ କାଠ ବୋଝେଇ ଟାଟାଏସି ଗାଡି କୁ ଜବତ କରିବା ସହ ଗାଡି ଚାଳକ ଙ୍କୁ ଗିରଫ କରାଯାଇଥିବା ଦିଗପହଣ୍ଡି ରେଞ୍ଜର କାହ୍ନୁଚରଣ ପଟ୍ଟନାୟକ ସୁଚନା ଦେଇଛନ୍ତି।ଜବତ ଶାଗୁଆନ କାଠର ପରିମାଣ ୩୦ ଘନଫୁଟ ଓ ଅନୁମାନିକ ମୂଲ୍ୟ ପ୍ରାୟ ୯୦ ହଜାର ଟଙ୍କା ହେବ ବୋଲି ଆକଳନ କରାଯାଇଛି।
ଗିରଫ ଚାଳକ ଙ୍କ ନାମ ଭାଗିରଥି ମହାନ୍ତି ଏବଂ ତାଙ୍କ ଗାଁ ଭିଷ୍ମଗିରି ଗ୍ରାମ ବୋଲି ଜଣାପଡିଛି।ତାଙ୍କ ବିରୁଦ୍ଧରେ ବନବିଭାଗ କେସନଂ ଓଆର ୫୭୮/୨୧ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିଲା।କୋର୍ଟରେ ତାଙ୍କର ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତ ଚାଳକ ଙ୍କୁ ଦିଗପହଣ୍ଡି ଉପକାରାଗାରକୁ ପଠେଇ ଦିଆଯାଇଛି। ସକାଳ ପ୍ରାୟ ୫ ଘଣ୍ଟ ସମୟରେ ସମ୍ପୃକ୍ତ ଚୋରା କାଠ ବୋଝେଇ ଟାଟାଏସି ଗାଡ଼ିଟି ବମକେଇ ସାଗରପଲ୍ଲୀ ଦେଇ ଭିଷ୍ମଗିରି ଅଭିମୂଖେ ଦୃତଗତିରେ ଯାଉଥିବା ବେଳେ ବନପାଳ ସନ୍ତୋଷ କୁମାର ମଳିକ,ବନରକ୍ଷୀ ତରୁଣେଶ୍ୱର ଶବର ଓ ଯମୁନା ଜାନୀ ଗାଡିର ପିଛା କରି ଧରିଥିଲେ ବୋଲି ପ୍ରାପ୍ତ ସୁଚନାରୁ ଜଣାପଡିଛି।


