ରୂପାଲି ହତ୍ୟାକାଣ୍ଡ ମାମଲାରେ ସ୍ୱାମୀ ଓ ଶଶୁରଙ୍କୁ ଆଜୀବନ କାରାଦଣ୍ଡ

ରାଇରଙ୍ଗପୁର (ଅକ୍ଷୟ ବି‌ଶ୍ୱାଳ): ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ମହୁଲଡିହା ଗ୍ରାମରେ ୨୪/୦୮/୨୦୧୬ରେ ଜନୈକ ଘର ଭିତରେ ଏକ ବଧୂ ହତ୍ୟାକାଣ୍ଡ ଘଟିଥିଲା । ଏହାକୁ ନେଇ ବଧୂର ପରିବାର ଲୋକେ ଥାନାରେ ୨୫/୦୮/୨୦୧୬ରେ ଯୌତୁକ ନିର୍ଯ୍ୟାତନା ନେଇ ଝିଅର ହତ୍ୟାକାଣ୍ଡ ହୋଇଛି ବୋଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ ।ଏହାକୁ ନେଇ ଥାନାରେ ୮୩/୧୬ କେଶ ମାମଲା ରୁଜୁ ହୋଇଥିଲା । ସୂଚନାଯୋଗ୍ୟ ଯେ ମହୁଲଡିହା ଗ୍ରାମର ଗଣେଶ ଦୀକ୍ଷିତଙ୍କ ଘରେ ତାଙ୍କର ପୁତ୍ରବଧୂ ରୁପାଲିର ମୃତଦେହ ଚଟାଣରେ ପଡ଼ିଥିଲା । ପୋଲିସ ତାହାକୁ ଉଦ୍ଧାର କରି ତଦନ୍ତ ଜାରି ରଖିଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଅନୂପ ରଂଜନ ପଟ୍ଟନାୟକ ୧୩ ଜଣଙ୍କ ସାକ୍ଷ୍ୟ ବୟାନ ଏବଂ ପାରିପାର୍ଶ୍ବିକ ଘଟଣାକୁ ନେଇ ଗଣେଶ ଦୀକ୍ଷିତ (୬୨) ଏବଂ ତାଙ୍କର ପୁଅ ସତ୍ୟପ୍ରକାଶ ଦୀକ୍ଷିତ (୩୭) ଙ୍କୁ ଆଜୀବନ କାରାଦଣ୍ଡ ସହ ୨୦,୦୦୦ ଟଙ୍କା ଜୋରିମାନା ଶୁଣାଣି କରିଛନ୍ତି । ପରିଚାଳନାରେ ସରକାରୀ ଓକିଲ ପଙ୍କଜ ଦାସ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ