ମାଳଦା ପଞ୍ଚାୟତରେ କୋଭିଡ ଟିକା ପ୍ରଦାନ
ଆଖୁଆପଦା, (ବସନ୍ତ କୁମାର ବେହେରା) ; ତୃତୀୟ ପର୍ଯ୍ୟାୟ କୋଭିଡ ଟିକା ପ୍ରଦାନ ଅବସରରେ ଆଜି ଭଣ୍ଡାରିପୋଖରୀ ବ୍ଲକ ମାଳଦା ପଞ୍ଚାୟତ ଠାରେ ଜନସାଧାରଣଙ୍କୁ ଟିକା ପ୍ରଦାନ କରାଯାଇଛି । ସରପଞ୍ଚ ରିତାଞ୍ଜଳୀ ସାମଲଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ପଞ୍ଚାୟତ ଅଞ୍ଚଳର ୪୫ବର୍ଷରୁ ଉର୍ଦ୍ଧ୍ୱ ପ୍ରାୟ ୨୧୦ଜଣ ମହିଳା ଓ ପୁରୁଷଙ୍କୁ ଟିକା ପ୍ରଦାନ କରାଯାଇଛି । ମେଡିକାଲ ପକ୍ଷରୁ ଅନିତାରାଣୀ ରାଉତ, ମନୋରଞ୍ଜନ ରାଉତ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଏହି ଟିକା ପ୍ରଦାନ କରିଥିଲେ । ଏଥିରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଜ୍ୟୋସ୍ନାରାଣୀ ମହାନ୍ତି ଉପସ୍ଥିତ ରହି ଟିକା ପ୍ରଦାନ କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଯୁବନେତା ପ୍ରତ୍ୟୁଷ ସାମଲ, ଉତ୍କଳ କେଶରୀ ମହାନ୍ତି, ଦେବେନ୍ଦ୍ର ଦାସ, ଚନ୍ଦ୍ରଶେଖର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ବାକି ରହିଥିବା ବରିଷ୍ଠ ଓ ବୟସ୍କ ନାଗରିକ ମାନଙ୍କୁ ପର୍ଯ୍ୟାୟକ୍ରମେ କୋଭିଡ ଟିକା ପ୍ରଦାନ କରାଯିବ ବୋଲି ସରପଞ୍ଚ ଶ୍ରୀମତୀ ସାମଲ ଜଣାଇଛନ୍ତି ।


