ଓଲଟିଲା ବାରିପଦା ଭୁବନେଶ୍ୱର ବସ, ୭ ଯାତ୍ରୀ ଆହତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର ଛତାବର ନିକଟ ଛଅପୋଲିଆ ଠାରେ ଏକ ଯାତ୍ରୀବାହୀ ବସ ଓଲଟିପଡିବାରୁ ପ୍ରାୟ ୭ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଓଡି୩୪ଡି୯୨୯୯ ଅଜୟ ନାମକ ବସଟି ଭୁବନେଶ୍ୱରରୁ ବାରିପଦା ଯାଉଥିଲା । ଗାଡିର ଚାଳକ ଅତ୍ୟଧିକ ନିଶାସକ୍ତ ଅବସ୍ଥାରେ ଗାଡିଚାଳନା କରୁଥିବାରୁ ଦିନ ପ୍ରାୟ ୧.୧୦ମି. ସମୟରେ ଏହା ଛଅପୋଲିଆ ଠାରେ ଭାରସାମ୍ୟ ହରାଇ ଓଲଟିପଡିଥିଲା । ଗାଡିଟିରେ କ୍ଷମତାରୁ ଅଧିକ ପ୍ରାୟ ୮୦ଜଣ ଯାତ୍ରୀ ଯାଉଥିବାବେଳେ ସୌଭାଗ୍ୟ ବସତଃ ଏତେବଡ ଦୁର୍ଘଟଣାରୁ ସମସ୍ତେ ପ୍ରାୟ ବର୍ତ୍ତି ଯାଇଛନ୍ତି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଓ ପୁଲିସ ବସରୁ ଯାତ୍ରୀଙ୍କୁ ଉଦ୍ଧାର କରି ଅନ୍ୟ ଗାଡିରେ ଗନ୍ତବ୍ୟ ସ୍ଥାନକୁ ପଠାଇଥିଲେ । ଏଥିରେ ୭ଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି । ଦୁର୍ଘଟଣାର ଯୋଗୁ ଧାମନଗରର ଦିପ୍ତିରଞ୍ଜନ ଦାସ, ଅନୁଗୁଳର ଶିବ ପ୍ରଧାନ, କୁଷଧ୍ୱଜ ମହାନ୍ତି, ବାରିପଦାର ସଞ୍ଜୟ ପାଣି, କଟକର ବୁବୁନ ସାହୁ ପ୍ରମୁଖ ଆହତ ହୋଇଥିଲେ । ସେମାନଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ଘଟଣାସ୍ଥଳରୁ ନିଶାସକ୍ତ ଡ୍ରାଇଭର ସମେତ କର୍ମଚାରୀ ମାନେ ଫେରାର ହୋଇଯାଇଥିବାବେଳେ ପୁଲିସ ବସଟିକୁ ଜବତ କରି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ