ଓଡିଶାକୁ ସ୍ୱତନ୍ତ୍ର ପାହ୍ୟା ଦାବି ପାଇଁ ଦସ୍ତଖତ ଅଭିଯାନ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଆଜି ଭଣ୍ଡାରିପୋଖରୀ ବସ ଷ୍ଟାଣ୍ଡ ଠାରେ ଏକ ଦସ୍ତଖତ ଅଭିଯାନ ଆରମ୍ଭ କରାଯାଇଛି । ସୂଚନା ଅନୁଯାୟୀ ୨୦୧୯ ଜୁଲାଇ ୧୦ତାରିଖ ଦିନ ଯାଜପୁର ବଡଚଣା ବ୍ଲକରୁ ଯୁବସମାଜସେବୀ ସତ୍ୟବ୍ରତ ଦାସ ଓଡିଶାକୁ ସ୍ୱତନ୍ତ୍ର ରାଜ୍ୟପାହ୍ୟା ଦାବି କରି ଓଡିଶା ଭ୍ରମଣରେ ଦୀର୍ଘ ୫୬୫ଦିନର ପଦଯାତ୍ରା ପରେ ଜଗତସିଂହପୁର ଜିଲ୍ଲା ବାଲିକୁଦା ଠାରେ ଏହା ଶେଷ ହୋଇଥିଲା । ପରିଭ୍ରମଣ ସମୟରେ ଶ୍ରୀଦାସ ଓଡିଶାର ସମସ୍ତ ବିଡିଓଙ୍କୁ ସାକ୍ଷାତକରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହା ପରେ ସମାନ ଦାବିକୁ ନେଇ ଆଜି ଉତ୍କଳ ଦିବସ ଅବସରରେ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି । ଭଣ୍ଡାରିପୋଖରୀ ଠାରେ ବ୍ଲକ ଉପାଧ୍ୟକ୍ଷ ସତ୍ୟବ୍ରତ ଦାସ, ସମାଜସେବୀ ରାଜେଶ ବାରିକ, ଜ୍ୟୋତିରଞ୍ଜନ ନାୟକ, ରାଜକିଶୋର ଜେନା, ବିକାଶ ରଞ୍ଜନ ନାୟକ, ତାପସ ରାଉତ, ନାରୀନେତ୍ରୀ ସ୍ୱର୍ଣ୍ଣଲତା ନାୟକ, ଭାସ୍କର ଜେନାଙ୍କ ସମେତ ଶତାଧିକ ବ୍ୟକ୍ତି ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ ।


