ନାଉଗାଁରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ ଓ ଉଦଘାଟନ

ନାଉଗାଁ, (ୱାଇଏନ୍‌ଏସ୍‌): ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଭିତିପ୍ରସ୍ତର ଓ ଉଦଘାଟନ କାର୍ଯ୍ୟକ୍ରମ ବିଧାୟକ ତଥା ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲି, ସାଂସଦ ଡା. ରାଜଶ୍ରୀ ମଲ୍ଲିକ, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଦ୍ୱାରା ଗୁରୁବାର କରାଯାଇଛି । ସେଥିମଧ୍ୟରୁ ଓଡିଶା ସରକାରଙ୍କ ଜଳ ସମ୍ପଦ ବିଭାଗର ଜଗତସିଂହପୁର ଜଳ ନିକାସ ବିଭାଜନ ଦ୍ୱାରା କରାଯାଉଥିବା ଗୋବରୀ ନଦୀର ପୁନରୁଦ୍ଧାର କାର୍ଯ୍ୟ ଓ ବାଂଶ ଓ ଗୋବରୀକୂଳ ଗ୍ରାମରେ ୨ଟି ସେତୁର ଭିତିପ୍ରସ୍ତର ସ୍ଥାପନ । ସେହିପରି କୋରୁଅ ପଂଚାୟତ ଗାରୋଇ ଠାରେ ଗ୍ରାମ୍ୟ ଉନ୍ନୟନ ବିଭାଗର ଓଷକଣା-ଧୂଆଁପଦା ରାସ୍ତାର ଉନ୍ନତିକରଣ ପାଇଁ ଭିତିପ୍ରସ୍ତର ସ୍ଥାପନ, ପୂର୍ତ ବିଭାଗର କୋକିଢିଅ-ତେଲସରା ରାସ୍ତା(ଗାରୋଇ ରଥଦାଣ୍ଡ)ର ଉନ୍ନତିକରଣ କାର୍ଯ୍ୟର ଭିତିପ୍ରସ୍ତର ସ୍ଥାପନ, ଗଙ୍ଗଦାହାଟରେ ନିର୍ମାଣ କରାଯାଇଥିବା ମାର୍କେଟ କମ୍ଫେସ ଓ ବିଶ୍ରାମଗାରର ଶୁଭ ଉଦଘାଟନ କରାଯାଇଛି । ତାଙ୍କ ସହିତ ବ୍ଳକ ଅଧ୍ୟକ୍ଷ ଜଗନ୍ନାଥ ଦାସ, ଜିଲ୍ଲା ପରିଷଦ ସଭ୍ୟ ସୁବଳ ବେହେରା, ବ୍ଳକ ଉପାଧ୍ୟକ୍ଷା ମାମିନା ଦଳାଇ, ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ବିଜେଡି ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ପ୍ରକାଶ ବସ୍ତିଆ, ବିଜେଡି ବ୍ଳକ ସଭାପତି ସୁଜିତ ମଲ୍ଲିକ, ଯୁବ ସମାଜସେବୀ କାର୍ତିକ ପରିଡା, କୋରୁଅ ପଂଚାୟତର ସରପଂଚ ଅରଣ୍ୟ ନାୟକ, ସମିତି ସଭ୍ୟା ବନ୍ଦନା ପୂଜାରୀ, ବାଂଶ ପଂଚାୟତର ସରପଂଚ ସନ୍ତୋଷ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ