ମହିଳା କମିଟି ଗଠନକୁ ନେଇ ଦ୍ୱନ୍ଦ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) ; ମିଶନଶକ୍ତି ଓ ଓଡିଶା ଜିବୀକା ମିଶନ ମିଳିତ ତତ୍ୱାବଧାନରେ ଏବେ ପ୍ରତ୍ୟକ ପଞ୍ଚାୟତରେ ମହିଳା ଗୋଷ୍ଠୀମାନ ଗଠନ କରାଯାଉଛି । ଏହିପରପ୍ରେକ୍ଷୀରେ ଭଣ୍ଡାରିପୋଖରୀ ବ୍ଲକର ୨୩ଗୋଟି ପଞ୍ଚାୟତ ଅଞ୍ଚଳରେ ଗଠିତ ଏସଏଚଜି ସଦସ୍ୟାଙ୍କୁ ନେଇ ଏମବିକେ, ସିଆରପି ଆରମ୍ଭ ହୋଇଛି । ପରିତାପର ବିଷୟ ନିଯୁକ୍ତି ପ୍ରକ୍ରିୟାରେ ବିଭାଗୀୟ ଅଧିକାରୀ ଓ ଅଧିକାରିଣୀ ସ୍ୱଚ୍ଛତା ଅବଲମ୍ବନ କରୁନଥିବା ଅଭିଯୋଗ ହେଉଛି । ପଞ୍ଚାୟତ ସ୍ତରରେ ମୌଖିକ ଭାବେ କାଗଜପତ୍ର ତିଆରି କରାଯାଇ ଏସଏଚଜି ଗ୍ରୁପକୁ ମୋହରା କରି ବେଆଇନ ଭାବେ ନିଯୁକ୍ତି ଦିଆଯାଉଛି । କେଉଁଠି ସରପଞ୍ଚଙ୍କ ଇଙ୍ଗିତରେ ନିଯୁକ୍ତ ଚାଲିଥିବାବେଳେ ଅନ୍ୟ କେଉଁଠି ବିଭାଗୀୟ କ୍ଷେତ୍ର ଅଧିକାରୀ ପ୍ରତ୍ୟକ୍ଷ ସହଯୋଗରେ ନିଯୁକ୍ତି ଦିଆଯାଉଛି । ଯେଉଁଥି ପାଇଁ ଅନେକ ଆଶାୟୀ ଯୋଗ୍ୟ ମହିଳା ଆବେଦନ କରି ଯୋଗ୍ୟତା ଥାଇ ସୁଦ୍ଧା ନିଯୁକ୍ତିରୁ ବାଦ ପଡୁଛନ୍ତି । ଯାହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଏନେଇ ଶହଶହ ଅଭିଯୋଗପତ୍ର ପ୍ରଶାସନ ନିକଟକୁ ଆସୁଥିବା ଜଣାପଡିଛି । ଦୁଃଖର କଥା ନିଯୁକ୍ତି ପ୍ରକ୍ରିୟାରେ ପଞ୍ଚାୟତ ମହିଳା ମହାସଂଘ ସର୍ବେସର୍ବା ହୋଇଥିବାରୁ ବିଡିଓ କିମ୍ବା ଅନ୍ୟାନ୍ୟା ଅଧିକାରୀ ଏହା ଉପରେ କୌଣସି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ଗ୍ରହଣ କରିପାରୁନାହାଁନ୍ତି । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ମହିଳା ଗୋଷ୍ଠୀଙ୍କ ନାମରେ ରାଜ୍ୟ ସରକାର ଏବେ ଲକ୍ଷଲକ୍ଷ ଟଙ୍କା ପଠାଇଥିବାବେଳେ ନିଯୁକ୍ତି ପ୍ରକ୍ରିୟା ପରେ ସେଗୁଡିକ କେଉଁଭଳି କାର୍ଯ୍ୟକାରୀ ହେବ ତାହାକୁ ନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ନିକଟରେ ବନ୍ଦାଳୋ, ରାମଚନ୍ଦ୍ରପୁର, ରାଜେନ୍ଦ୍ରପୁର, ଜଳମଣ୍ଡୁଆ ପ୍ରମୁଖ ପଞ୍ଚାୟତରେ ଏମବିକେ, ସିଆରପି ସମ୍ବନ୍ଧୀୟ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିବାବେଳେ ନେରଡା ପଞ୍ଚାୟତରେ ସମାନ ଅଭିଯୋଗ ବିଡିଓଙ୍କ ନିକଟକୁ ଆସିଥିବା ଜଣାପଡିଛି । ଅତି ଚତୁରତାର ସହିତ ଅନିୟମିତତା ଭାବେ ସିଆରପି ନିଯୁକ୍ତି କରାଯାଇଥିବା ମହିଳା ସଦସ୍ୟା ମାନେ ବିଡିଓଙ୍କୁ ଆସି ଜଣାଇଛନ୍ତି । ଆରମ୍ଭରୁ ଏହିଭଳି ଅବ୍ୟବସ୍ଥା ମଧ୍ୟରେ ମହିଳା ଗୋଷ୍ଠୀର କାର୍ଯ୍ୟ ଦେଖିବାକୁ ମିଳୁଥିବାବେଳେ ଆଗକୁ ସରକାରଙ୍କ ସଦୂର ପ୍ରସାରୀ ଯୋଜନା କେତେ ସଫଳ ହେବ ତାହା ସମୟ ହିଁ କହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ