୪୫ବର୍ଷରୁ ଉର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ଟୀକାକରଣ
ନିମାପଡା (ସନ୍ତୋଷ ଦାଶ): ଚାରିଛକ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଜି ୪୫ ବର୍ଷ ରୁ ଉର୍ଦ୍ଧ୍ବ ବ୍ୟକ୍ତି ମାନଙ୍କୁ ଟିକାକରଣ ଆରମ୍ଭ କରାଯାଇଛି । ସମସ୍ତେ ନିଜ ନିଜର ଆଧାରକାର୍ଡ ସହ ମୋବାଇଲରେ ନାମ ପଞ୍ଜିକରଣ କରାଇ ଟିକା ନେଇଥିଲେ। ଆଜି ଚାରିଛକ ପ୍ରେସ୍ କ୍ଲବର ଉପଦେଷ୍ଟା ଅଧ୍ୟକ୍ଷ ନିରୋଦ କୁମାର ତ୍ରିପାଠୀ, ସଭାପତି ପ୍ରଫୁଲ କୁମାର କର, ସାମ୍ବାଦିକ ପ୍ରଫୁଲ କୁମାର ସାହୁ, ସନ୍ତୋଷ କୁମାର ଦାଶ, ତୁଳସୀପୁର ପଞ୍ଚାୟତ ବିଜେଡିର ପୂର୍ବତନ ସଭାପତି ଅରକ୍ଷିତ ଭୋଇ, ଶିକ୍ଷକ ବଳରାମ ମିଶ୍ରଙ୍କ ସମେତ ପଚାଶରୁ ଉର୍ଦ୍ଧ ବ୍ୟକ୍ତି ସେମାନଙ୍କର ଆଧାର କାର୍ଡ ଦେଖାଇ ଟିକା ନେଇଥିଲେ.।


