ଦୁର୍ଘଟଣା ଘଟି ଦୁଇ ଆହତ
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ଧାମନଗର ଛକ ନିକଟ ୧୬ନଂ ଜାତୀୟ ରାଜପଥର ମଜୁରିଗଡ଼ିଆ ଠାରେ ଦୁର୍ଘଟଣା ଘଟି ଦୁଇଜଣ ଯୁବକ ଆହତ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ରହଣିଆ ଗ୍ରାମର ଜୟଦେବ ତ୍ରିପାଠୀ ଓ ମନୋରଞ୍ଜନ ପତି ମୋଟର ସାଇକେଲ ଯୋଗେ ବାରିକପୁର ରୁ ଭଣ୍ଡାରିପୋଖରୀ ଆସୁଥିଲେ। ଏହି ସମୟରେ ମଜୁରିଗଡ଼ିଆ ଛକ ପୋଲ ଉପରେ ଅନ୍ୟଏକ ମୋଟର ସାଇକେଲ ପଛପଟୁ ଧକ୍କା ଦେଇ ପଳାଇଯାଇଥିଲା। ଦୁର୍ଘଟଣା ପରେ ଆହତ ଦ୍ୱୟଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଦମକଳ ବାହିନୀକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଭଣ୍ଡାରିପୋଖରୀ ଦମକଳ କେନ୍ଦ୍ର କର୍ମଚାରୀ ମାନେ ପହଂଚି ଆହତ ଦୁଇ ଯୁବକଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ। ସେଠାରେ ଦୁଇଜଣଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିବା ଜଣାଯାଇଛି।


