ଘରପୋଡି ୩୨ ବିପନ୍ନ ପରିବାରଙ୍କୁ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ସହାୟତା
ଭଞ୍ଜନଗର (ସନ୍ତୋଷ ଜେନା) : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦ ବ୍ଲକ ର ଗାୟାଗଣ୍ଡା ଗ୍ରାମପଞ୍ଚାୟତର ଦୂରଙ୍ଗି ଗ୍ରାମରେ ଘରପୋଡି ହୋଇଯାଇଥିବା 32 ପରିବାର କୁ ମାନ୍ୟବର ଜଙ୍ଗଲ ଓ ପରିବେଶ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ସମବେଦନା ଜଣାଇବା ସହିତ ସ୍ଥାନୀୟ ନାଶଖାଇ ମନ୍ଦିର ନିକଟରେ ସେମାନଙ୍କୁ ଚାଉଳ, ଡାଲି, ଚୁଡା, ରନ୍ଧନ ସାମଗ୍ରୀ, ଲଣ୍ଠନ, ପିନ୍ଧିବା ପାଇଁ ଲୁଗାପଟା, ଅତ୍ୟାବଶିକ ସାମଗ୍ରୀ ଏବଂ ଘର ପୋଡ଼ିଯାଇଥିବା ପ୍ରତେକ ଲୋକଙ୍କୁ ଗୋଟିଏ ଲେଖାଏଁ ଜରି ପାଲ ଓ 500 ଟଙ୍କା ଲେଖାଏଁ 32 ପରିବାର କୁ 16000ଟଙ୍କାର ସହାୟତା ରାଶି ପ୍ରଦାନ କରିବା ସହ ସରକାରୀ ସ୍ତରରେ ସମସ୍ତ ଙ୍କୁ ସାହାଯ୍ୟ ଯୋଗାଇଦେବା ପାଇଁ ପ୍ରତିଶୃତି ଦେଇଛନ୍ତି l ପୂର୍ବରୁ ଜଗନ୍ନାଥପ୍ରସାଦ ବ୍ଲକ ବିଡ଼ିଓ ମଧ୍ୟ ଘରପୋଡିହୋଇଯାଇଥିବା ଲୋକମାନଙ୍କୁ ପଟି, ଷ୍ଟିଲ ସାମଗ୍ରୀ, ବାଲ୍ଟି, ଲୁଗାପଟା ମଧ୍ୟ ବଣ୍ଟନ କରିଛନ୍ତି l