ଥାର୍ଡ ସୋସିଆଲ୍ ସର୍ଭିସ୍ ଆୱାର୍ଡ଼ ଉତ୍ସବ ଅନୁଷ୍ଠିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ସାମାଜିକ ସ୍ୱେଚ୍ଛାସେବୀ ସଙ୍ଗଠନ “ୟୁଥ୍ ଫର୍ ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଥିବା ସାମାଜିକ ଅନୁଷ୍ଠାନ ଓ ସମାଜସେବୀମାନଙ୍କୁ ଥାର୍ଡ ସୋସିଆଲ୍ ସର୍ଭିସ୍ ଆୱାର୍ଡ଼ ଭୁବନେଶ୍ୱରସ୍ଥିତ ବୁଦ୍ଧ ମନ୍ଦିର ପରିସରରେ ସମ୍ମାନିତ କରାଯାଇଛି । ଉତ୍ସବରେ ଅତିଥି ରୂପେ ମାନ୍ୟବର ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ, ଓଡ଼ିଶା ସରକାରଙ୍କ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଓଡ଼ିଆ ଚଳଚ୍ଚିତ୍ର ଅଭିନେତା ତଥା ସମାଜସେବୀ ଚନ୍ଦନ କର, ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ଼ ପୂର୍ବତନ ସଭାପତି ତେଜେଶ୍ୱର ପରିଡ଼ା, ବିଶିଷ୍ଟ ସ୍ତମ୍ଭକାର ଅମିୟ ପାଣ୍ଡବ ପ୍ରମୁଖ ଯୋଗଦାନ କରିଥିଲେ । ଉପସ୍ଥିତ ଅତିଥିବୃନ୍ଦ ସମ୍ମାନିତ ହୋଇଥିବା ସଙ୍ଗଠନ ଓ ବ୍ୟକ୍ତିବିଶେଷଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ସହ ସାଧୁବାଦ ଜଣାଇଥିଲେ ଓ ସେ ଏହିପରି କାର୍ଯ୍ୟ ଜାରି ରଖି ସମାଜକୁ ଏକ ନୂତନ ଦିଗ୍ଦର୍ଶନ ଦେବେ ବୋଲି ଆଶାପୋଷଣ କରିଥିଲେ । ସମ୍ମାନିତ ହୋଇଥିବା ଅନୁଷ୍ଠାନଗୁଡ଼ିକ ହେଲେ ଆସ୍ଥା ଫାଉଣ୍ଡେସନ୍, ସ୍ୱାଭିମାନ ସେବାସଂଘ, ସିପିଜିଏ, ଓଡ଼ିଶା ଅଭିଭାବକ ମହାସଂଘ, ବ୍ରେନ୍ସ ଏଜୁକେସନାଲ୍ ଟ୍ରଷ୍ଟ, ବନ୍ଧୁତା, ଅଲ୍ ଓଡ଼ିଶା ପାରାମେଡ଼ିକାଲ୍ ଷ୍ଟାଫ୍ ଆସୋସିଏସନ୍, ବିଶ୍ୱାସ ଫାଉଣ୍ଡେସନ୍ ଓ ସମ୍ମାନିତ ହୋଇଥିବା ବ୍ୟକ୍ତିତ୍ୱବୃନ୍ଦ ହେଲେ ନଳିନୀକାନ୍ଦ ନାୟକ, ଶୁଭଶ୍ରୀ ମହାନ୍ତି, ପାର୍ଥସାରଥୀ ଜେନା, ଶୁଭେନ୍ଦୁ ମଲ୍ଲିକ, ଶେଖର ମହାନ୍ତି, ସୁବ୍ରତ ଲେଙ୍କା, ମାନସ ପଟ୍ଟନାୟକ, ହରିଶ୍ ଚନ୍ଦ୍ର ପଟ୍ଟନାୟକ, ତନୁଜ କୁମାର ସୁନ୍ଦରରାୟ । କାର୍ଯ୍ୟକ୍ରମକୁ ଅନୁଷ୍ଠାନର ଅଧ୍ୟକ୍ଷ ମୀର ଅହମ୍ମଦ ଅଲ୍ଲୀ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିନୋଦ କୁମାର ରାଉତ, ହାସ୍ୟ ଅଭିନେତା ଜ୍ଞାନ, ସୌଦାମିନୀ ନାୟକ, ରୋଜାଲିନ ଖଟୁଆଲ, ଲୋକରଞ୍ଜନ ବେହେରା, ଅଜିତ ମଣ୍ଟୁ ପ୍ରମୁଖ ଉପସ୍ଥିତ ଥିଲେ ।


