ବ୍ଲକ ଶିକ୍ଷାଧିକାରୀଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା କାଶୀନଗର ବ୍ଲକର ବିଇଓ ହୃଷୀକେଶ ବିଶ୍ୱାଳ ଗତ ୩୧ ତାରିଖରେ ଚାକିରରୁ ଅବସର ଗ୍ରହଣ କରିବା ପରେ ତାଙ୍କୁ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏପ୍ରିଲ୍ ପହିଲା ଗୁରୁବାର ଦିନ ଏହି ଉପଲକ୍ଷେ ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦ୍ୱାରା ସ୍ଥାନୀୟ ବାରାଣାସୀ ସରକାରୀ ହାଇସ୍କୁଲ ପଡିଆରେ ଏକ ଭବ୍ୟ ସମାବେଶର ଆୟୋଜନ କରାଯାଇଥିଲା । ଦେବରାଜ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏ ସମାବେଶରେ ବିଡିଓ ସୀମାଞ୍ଚଳ ମହାନ୍ତି, ତହସିଲଦାର ଶାନ୍ତି ସ୍ୱରୂପ ମିଶ୍ର, ଏନ୍‌ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ. ସତ୍ୟସମ୍ପର୍ଣ୍ଣା ରାଉତ । କାଶୀନଗର ନାଗରିକ ମଞ୍ଚ ସଭାପତି ପ୍ରଶାନ୍ତ ମିଶ୍ର, ସମ୍ପାଦକ କେ.ରାମାରାଓ ପ୍ରମୁଖ ଅତିଥି ଭାବେ ମଞ୍ଚାସୀନ ହୋଇ ବକ୍ତବ୍ୟ ରଖିଥିଲେ । ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ ଏବିଇଓ ଟି.କିଶୋର । ମୁକୁଟ, ସାଲ ଓ ପୁଷ୍ପ ମାଲ୍ୟ ଦେଇ ବିଦାୟୀ ବିଇଓଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାଶୀନଗର ବ୍ଲକରେ ମାତ୍ର ତିନି ମାସ କାମ କରିବା ଭିତରେ ବିଶ୍ୱାଳ କିପରି ଗୁଣାତ୍ମକ ଶିକ୍ଷାର ମାନ ବୃଦ୍ଧି ପାଇଁ ଉଦ୍ୟମ କରିବା ସହ କାର୍ଯ୍ୟରତ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଆପଣାର କରି ନେଇଥିଲେ । ସେ ସଂପର୍କରେ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ନିଜ ନିଜର ମତ ରଖିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ ବିଦାୟୀ ବିଇଓ କହିଥିଲେ ଯେ, କାଶୀନଗରର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଠାରୁ ସେ ପାଇଥିବା ସ୍ନହ ଶ୍ରଦ୍ଧା, ଜୀବନର ଅନ୍ତିମ ଦିନ ପର୍ଯ୍ୟନ୍ତ ତାଙ୍କର ମନେ ରହିବ । ଶେଷରେ ଶିକ୍ଷକ ମୁନିକୋଟି ଶ୍ରୀନିବାସ ରାଓ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ