ଟାଙ୍ଗଣାପଲ୍ଲୀ ହାଇସ୍କୁଲରେ ପୋଷାକ ବଣ୍ଟନ ମେଳା

ଛତ୍ରପୁର (ଦେବଦତ୍ତ ମହାରଣା); ଛତ୍ରପୁର ବ୍ଳକ ଅନ୍ତର୍ଗତ ଟାଙ୍ଗଣାପଲ୍ଲୀ ଶ୍ରୀନୀଳକଣ୍ଠେଶ୍ବର ବିଦ୍ୟାପୀଠର ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାମନାରାୟଣ ପଣ୍ଡା ଏହି ଉତ୍ସବରେ ଅଧ୍ୟକ୍ଷତା କରି ବିବରଣୀ ପ୍ରଦାନ କରିଥିଲେ ।ବିଦ୍ୟାଳୟର ପୂର୍ବତନ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ପ୍ରଧାନ ଶିକ୍ଷକ କାମରାଜୁ ମହାରଣା, ପରିଚାଳନା କମିଟି ର ସଦସ୍ୟ ଲକ୍ଷ୍ମୀ ନାରାୟଣ ଶତପଥୀ , କୋରା ମହାରଣା ସ୍ଥାନୀୟ ସରପଞ୍ଚ କୁମାରୀ ପ୍ରଧାନ,ସିଆରସିସି ଉଷାରାଣୀ ପାତ୍ର ଏଇ କାର‌୍ୟ୍ୟକ୍ରମରେ ଅତିଥୀ ରୂପେ ଯୋଗଦାନ କରି ଉଦ୍ ବୋଧନ ଦେଇ ଥିଲେ। ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସାମ୍ୟ ଭାବନା ଓ ଶୃଙ୍ଖଳା ରକ୍ଷା ପାଇଁ ରାଜ୍ୟ ସରକାରଙ୍କ ପୋଷାକ ଓ ଜୋତା ବଣ୍ଟନ ଯୋଜନାକୁ ଅତିଥି ମାନେ ପ୍ରଶଂସା କରି ଛାତ୍ର ଛାତ୍ରୀ ମାନେ ନିଜ ନିଜର ଭବିଷ୍ୟତ ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ । ପୋଷାକ ଓ ଜୋତା ଗ୍ରହଣ ପାଇଁ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲା ।ବିଦ୍ୟାଳୟର ବରିଷ୍ଠ ଶିକ୍ଷୟତ୍ରୀ ମୀନା କୁମାରୀ ଦାଶ ଧନ୍ୟବାଦ ଅର୍ପଣ କରିଥିବା ବେଳେ ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଏଇ କାର‌୍ୟ୍ୟକ୍ରମ ସଂଯୋଜନା ଓ ପରିଚାଳନା କରିଥିଲେ ।କିଛି ଅଭିଭାବକ ଓ ଜନ ସାଧାରଣ ଏଇ କାର‌୍ୟ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ